ଉଦଯାପିତ ହେଲା ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ : ପ୍ରତି ପରିବାରକୁ 10 ହଜାର ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ।

ପୁରୀ: ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ।

Chief Minister

ଜୁନ 8 ତାରିଖରୁ ଜୁନ୍ ୧୬ ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ପକ୍ଷରୁ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର କଳା ଶିବିର ଆୟୋଜିତ କରାଯାଇଥିଲା। ଏଥିରେ ୧୫୦ ପରିବାରର ସଦସ୍ୟ ସାମିଲ ହୋଇଥିଲେ। ପ୍ରତି ପରିବାର ୫୦ ବର୍ଗଫୁଟର ଚିତ୍ରକଳା କରିବା ସହ ସମୁଦାୟ ୭୫୦୦ ବର୍ଗଫୁଟର ଚିତ୍ର କଳା ପ୍ରଦର୍ଶିତ ହୋଇଛି। ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଅର୍ଥ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ। ଏହି ଗାଁର ଶିଳ୍ପୀଙ୍କ ତୂଳୀରେ ରୂପ ନେଉଥିବା ପଟ୍ଟଚିତ୍ର ଆଜି ଓଡିଶା ପାଇଁ ଅନେକ ସୁନାମ ଓ ପ୍ରତିଷ୍ଠା ଆଣିଛି । ମହାନ୍ ଓଡିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କର ଜନ୍ମଭୂମି ମଧ୍ୟ ରଘୁରାଜପୁର । କିଛି ବର୍ଷ ପୂର୍ବେ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନ ଥାଇ ପୁରୀ ଯିବା ବାଟରେ ରଘୁରାଜପୁର ପରିଦର୍ଶନ କରିଥିବା ବିଷୟ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଚାଲି ଚାଲି ପୁରା ଗାଁ ବୁଲି ଦେଖିଥିଲେ । ପ୍ରତି ଘର ଦାଣ୍ଡ କାନ୍ଥରେ ଅଙ୍କିତ ଚିତ୍ର ତାଙ୍କୁ ମୁଗ୍ଧ କରିଦେଇଥିଲା । ସାରା ଗାଁଟି ତାଙ୍କୁ ଏକ Art Gallery ପରି ଲାଗିଥିଲା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ତା ପରେ ପରେ ଗାଁ ଲୋକ ଯେପରି ଗାଁ ମଣ୍ଡପରେ ସଙ୍ଗେ ସଙ୍ଗେ ଗୋଟିପୁଅ ନାଚର ଆୟୋଜନ କରିଥିଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ରଘୁରାଜପୁର ବାସିନ୍ଦା ମାନଙ୍କର ସେ ଦିନର ସେହି ଆଦର ତାଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଛି ଏବଂ ଏହାକୁ ସେ କେବେ ଭୁଲିପାରିବେ ନାହିଁ ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+