କଥା ରଖିଲେ ନବୀନ, ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ 15 ଲକ୍ଷ ଟଙ୍କା ସହାୟତା
କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ୱାଦିକ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ।
ଭୁବନେଶ୍ବର: ରାଜ୍ୟରେ ଶହୀଦ୍ କରୋନା ଯୋଦ୍ଧାଙ୍କ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଯାହାର ଗତକାଲି ପ୍ରଥମ ସୋପାନ ପଡିଛି ।

କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ୱାଦିକ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି ।
ଉଲ୍ଲେଖଥାଉ କି, ଏକ ଜାତୀୟ ଗଣମାଧ୍ୟମରେ କାର୍ଯ୍ୟରିତ ଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

Click it and Unblock the Notifications