ଗୁଣବତ୍ତାର ସହ ରପ୍ତାନୀ ପ୍ରୋତ୍ସାହନ ଉପରେ ଆଞ୍ଚଳିକ କର୍ମଶାଳା
ଭୁବନେଶ୍ବର: ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଓ ରପ୍ତାନୀ ପ୍ରୋତ୍ସାହନ ବିପଣନ ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଗୁଣବତ୍ତାର ସହ ରପ୍ତାନୀ ପ୍ରୋତ୍ସାହନ ଉପରେ ଏକ ଆଞ୍ଚଳିକ କର୍ମଶାଳାର ଆୟୋଜନ ହୋଇଯାଇଛି ।

ଏହି କର୍ମଶାଳାରେ ପୂର୍ବାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ଯଥା-ଆସାମ, ମଣିପୁର, ସିକିମ୍, ଝାରଖଣ୍ଡ, ମେଘାଳୟ, ଛତିଶଗଡ଼, ତ୍ରିପୁରା, ମିଜୋରାମ, ବିହାର ଓ ଓଡ଼ିଶା ଭଳି ୧୦ଟି ରାଜ୍ୟର ପ୍ରତିନି ଧିମାନେ ଅଂଶଗ୍ରହଣ କରି ଉତ୍ପାଦ ରପ୍ତାନୀ ସଂପର୍କିତ ଅନେକ ବିଷୟରେ ଆଲୋଚନା କରିଥିଲ । ବିଶେଷ ଭାବେ ବିଦେଶକୁ ରପ୍ତାନୀରେ ସହଯୋଗ ପ୍ରଦାନକାରୀ ସଂସ୍ଥା ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଆଞ୍ଚଳିକ ଶାଖା ଏସବୁ ରାଜ୍ୟଗୁଡ଼ିକରେ ନଥିବାରୁ ରପ୍ତାନୀ କ୍ଷେତ୍ର ଅନେକ ସମସ୍ୟା ଉପୁଜୁଥିବା କର୍ମଶାଳାରେ ପ୍ରକାଶ କରାଯାଇଥିଲାା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ରପ୍ତାନୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାବେଳେ ଓଡ଼ିଶାର ରପ୍ତାନୀ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ସତ୍ବେ ଉପଯୁକ୍ତ ଭିତ୍ତିଭୂମିଜନିତ ଅଭାବ, ବିଦେଶକୁ ସିଧାସଳଖ ବିମାନ ସେବା ନଥିବା ଏବଂ ବିଦେଶ ରପ୍ତାନୀ ମହାନିର୍ଦ୍ଦେଶାଳୟର ଶାଖା କାର୍ଯ୍ୟାଳୟ ନଥିବା ତଥା ପାରାଦ୍ୱୀପକୁ ସିପ୍ଲାଇନ୍ର ଚଳାଚଳ ନଥିବା ହେତୁ ଓଡ଼ିଶା ଏ କ୍ଷେତ୍ରରେ ପଛୁଆ ଥିବା ଦର୍ଶାଇଥିଲୋ ସାହୁ ଏ ଧରଣର କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲୋ ଭୁବନେଶ୍ୱରଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଡିଜିଏଫ୍ଟି କାର୍ଯ୍ୟାଳୟ ବନ୍ଦ ହେବା ଯୋଗୁଁ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦି୍ରକ ଖାଦ୍ୟ ଭଳି ସାମଗ୍ରୀ କାରବାର କରୁଥିବା କ୍ଷୁଦ୍ର ରପ୍ତାନୀକାରୀ ସଂସ୍ଥାଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେଉଥିବା ସେ ଦର୍ଶାଇଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓଡ଼ିଶାରେ ତିନୋଟି କାର୍ଯ୍ୟକ୍ଷମ ବନ୍ଦର ରହିଥିବାରୁ ଛତିଶଗଡ଼, ବିହାର, ଝାରଖଣ୍ଡ ଓ ଅନ୍ୟାନ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ତା'ର ସୁବିଧା ନେଇପାରିବେ ବୋଲି କହିଥିଲେ। ଯେକୌଣସି ଉତ୍ପାଦର ଗୁଣବତ୍ତା, ପ୍ୟାକେଜିଂ, ଉତ୍ତମ ମାନର ହେଲେ ତାହା ରପ୍ତାନୀ ପାଇଁ ବାଟ ଖୋଲିବ ବୋଲି କହିଥିଲୋ ସେ ରାଜ୍ୟରେ ଫାର୍ମା, ମୂଲ୍ୟବାନ ପଥର, ଅଳଙ୍କାର, ପେଟ୍ରୋଲିୟମ୍ ଏବଂ କୃଷି ଉତ୍ପାଦର ରପ୍ତାନୀ ପାଇଁ ବିପଳ ସମ୍ଭାବନା ରହିଥିବା ଦର୍ଶାଇ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।
ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟଯୁକ୍ତ କରିବା, ଉତ୍ପାଦର ଜି.ଆଇ ଟ୍ୟାଗ୍ କରିବା, ରପ୍ତାନୀ ସକାଶେ ଏକ କମନ୍ କ୍ଲଷ୍ଟର ଆପ୍ରୋଚ୍ ନୀତି ଗ୍ରହଣ କରିବା ତଥା ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା ଆଦି କେତେକ ପ୍ରମୁଖ ସମସ୍ୟା ଉପରେ ରାଜ୍ୟଗୁଡ଼ିକ ଆଲୋକପାତ କରିଥିଲୋ ମଣିପୁର, ତ୍ରିପୁରା ଭଳି କେତେକ ରାଜ୍ୟ ଅର୍ଗାନିକ୍ ଉଦ୍ୟାନ କୃଷି ଉତ୍ପାଦ ଅମଳ କରୁଥିଲେ ହେଁ ସେସବୁ ଦ୍ରବ୍ୟର ପ୍ରମାଣପତ୍ର ନଥିବା କାରଣରୁ ସେଗୁଡ଼ିକୁ ଅର୍ଗାନିକ୍ ଭାବେ ବାହାର ରାଜ୍ୟ ତଥା ଅନ୍ୟ ଦେଶକୁ ରପ୍ତାନୀ କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଦର୍ଶାଇ ସେ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ କହିଥିଲୋ ବିଶେଷ ଭାବେ ରପ୍ତାନୀ ନିମନ୍ତେ ଆବଶ୍ୟକ ଉପଯୁକ୍ତ ତାଲିମ ପ୍ରଦାନ, ଉତ୍ପାଦନକାରୀଙ୍କୁ ମାର୍ଗଦର୍ଶନ, ମାର୍କେଟ ଇନ୍ଟେଲିଜେନ୍ସ ପ୍ରଭୃତି ଉପରେ ଅ ଧିକ ଧାରଣା କରିବା ପାଇଁ ବ୍ୟବସ୍ଥା ହେବା ସହ ପ୍ରତି ରାଜ୍ୟରେ ନିଜର ରପ୍ତାନୀ ପ୍ରୋତ୍ସାହନ ନିର୍ଦ୍ଦେଶାଳୟ ଖୋଲିବା ଉପରେ ମତ ପ୍ରକାଶ ପାଇଥିଲାା ଓଡ଼ିଶାରେ ରପ୍ତାନୀକୁ ଅ ଧିକ କ୍ରିୟାଶୀଳ ଏବଂ ସରଳ କରିବାକୁ ଅ ଧିକ ଉନ୍ନତ ମାନର ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାପନ କରିବା, ପାରାଦ୍ୱୀପ ବନ୍ଦରକୁ ସିପ୍ଲାଇନର୍ ପ୍ରଚଳନ କରିବା ଏବଂ ଭୁବନେଶ୍ୱରଠାରେ ତୁରନ୍ତ ବିଦେଶ ରପ୍ତାନୀ ମହାନିର୍ଦ୍ଦେଶାଳୟକୁ ପୁନଃଚାଲୁ କରିବା ଉପରେ ଅ ଧିକ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।












Click it and Unblock the Notifications