ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା : ଅନଲାଇନରେ ଏହି ତାରିଖ ଠାରୁ କରିବେ ଆବେଦନ
ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ
ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ । ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଘରୋଇ ସ୍କୁଲରେ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ 25 % ସ୍ଥାନ ସଂରକ୍ଷଣ ରହିବ ।

ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ ପଢିବା ପାଇଁ ଅନଲାଇନରେ ଆବେଦନ ବ୍ୟବସ୍ଥା କରାଯାଇଛି । ଅନଲାଇନ ବ୍ୟବସ୍ଥାରେ ଆଡମିଶନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଥିବା ନେଇ ସେ କହିଛନ୍ତି । ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଯାହା ପରେ 25 ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ । ଅପରପକ୍ଷେ 9965 ଜୁନିଅର ଶିକ୍ଷକଙ୍କୁ ଆଜି ନିୟମିତ କରିଛନ୍ତି ରାଜ୍ୟ ସରକାର । ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications