For Quick Alerts
Turn On Notification  
For Daily Alerts
Oneindia App Download

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ

ଆଉ ୬ ମାସ ବଢିଲା ମାଗଣା ଚାଉଳ ଅବଧି । ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

|

ଭୁବନେଶ୍ୱର: ଆଉ ୬ ମାସ ବଢିଲା ମାଗଣା ଚାଉଳ ଅବଧି । ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏପ୍ରିଲରୁ ସେପ୍ଟେମ୍ବର ମାସ ଯାଏଁ ମିଳିବ ମାଗଣା ଚାଉଳ । ଏଥିରେ ଉପକୃତ ହେବେ ୮.୦୯ ଲକ୍ଷ ଲୋକ । ସେହିପରି ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୯୧.୭୦ କୋଟି ଟଙ୍କା ।

CM Naveen

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ । ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
On Utkal Divas CM Naveen Announced Extension of Additional Rice Distribution for Another Six Months
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X