ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ
ଆଉ ୬ ମାସ ବଢିଲା ମାଗଣା ଚାଉଳ ଅବଧି । ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଭୁବନେଶ୍ୱର: ଆଉ ୬ ମାସ ବଢିଲା ମାଗଣା ଚାଉଳ ଅବଧି । ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏପ୍ରିଲରୁ ସେପ୍ଟେମ୍ବର ମାସ ଯାଏଁ ମିଳିବ ମାଗଣା ଚାଉଳ । ଏଥିରେ ଉପକୃତ ହେବେ ୮.୦୯ ଲକ୍ଷ ଲୋକ । ସେହିପରି ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୯୧.୭୦ କୋଟି ଟଙ୍କା ।

ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ । ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।












Click it and Unblock the Notifications