ଓମିକ୍ରନ ସଂକ୍ରମଣ: ରାଜ୍ୟରେ ଆସିପାରେ ନୂଆବର୍ଷ ଗାଇଡଲାଇନ୍, ଜନ ଗହଳି, ଭୋଜିଭାତ ଉପରେ ଲାଗିପାରେ କଟକଣା
ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ପରେ ସରକାରଙ୍କ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଆପାତତଃ ସ୍ଥିର ରହିଥିବା ବେଳେ ଶୀତ ଲହର ସାଙ୍ଗକୁ ଏବେ ଉଲ୍ଲାସ ଉତ୍ସବର ସମୟ ଚିନ୍ତା ସୃଷ୍ଟି କରିଛି। ଓମିକ୍ରନ ସଂକ୍ରମଣ ସମୟରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷରେ ଯେପରି ଭୋଜିଭାତ, ଜନ ଗହଳି ଅଧିକ ହେବ ନହିଁ, ସେନେଇ ଆସିପାରେ ନୂଆବର୍ଷ ଗାଇଡଲାଇନ୍ । ଏଥିପାଇଁ ରାଜ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ଗୁରୁତ୍ଵପୂର୍ଣ ବୈଠକ।

କଟକଣା ବଢାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥିତି ଦେଖି କଟକଣା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍ ଓ ସିଟି ଭ୍ୟାଲୁ ଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ ହେବ । ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅଲଗା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟଲୟରେ ସତର୍କତ ଅବଲମ୍ବନ କରିବାକୁ କୁହାଯାଇଛି। ଏବେ ପିକନିକ ଋତୁ ସମୟ ଥିବା ଯୋଗୁ ଏହା ଉପରେ ମଧ୍ୟ କଡା ନଜର ରଖିବାକୁ କୁହା ଯାଇଛି ପ୍ରଶାସନକୁ।












Click it and Unblock the Notifications