କିଶୋରୀବାଳିକାଙ୍କ ନିମନ୍ତେ ରାଜ୍ୟସ୍ତରୀୟ "ଅଦ୍ୱିକା' ସମ୍ମିଳନୀ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ

ଭୁବନେଶ୍ବର: କିଶୋରୀ ବାଳକିାମାନଙ୍କ ସାମଗି୍ରକ ବିକାଶ ଏବଂ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ ଆରମ୍ଭ ହୋଇଥିବା "ଅଦ୍ୱିକା' କାର୍ଯ୍ୟକ୍ରମକୁ ଇତି ମଧ୍ୟରେ ଏକ ବର୍ଷ ପୂର୍ତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ନଭେମ୍ବର ୨୦ ତାରିଖ ଶିଶୁ ଅଧିକାର ସପ୍ତାହର ଶେଷ ଦିନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡ଼ି ସେବାରେ ଯୋଡ଼ି ହୋଇଥିବା କିଶୋରୀବାଳିକାଙ୍କ ନିମନ୍ତେ ରାଜ୍ୟସ୍ତରୀୟ "ଅଦ୍ୱିକା' ସମ୍ମିଳନୀ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛିା

ADWIKA Odisha

ରାଜ୍ୟର ପ୍ରତ୍ୟେକ ବ୍ଲକରେ ସିଡ଼ିପିଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ୪ ହଜାରରୁ ଊ-ର୍ କିଶୋରକିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲୋ ୟୁନିସେଫ୍ ଏବଂୟୁଏନ୍ଏଫ୍ପିଏର ସହଯୋଗରେ ଆରମ୍ଭ ହୋଇଥିବା "ଅଦ୍ୱିକା' କାର୍ଯ୍ୟକ୍ରମରେ ଗତ ଏକ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଊ-ର୍ କିଶୋରୀବାଳିକା ସାମିଲ ହୋଇଛନ୍ତିା ସେମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ୬୦୦ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛିା ପ୍ରତ୍ୟେକ କିଶୋରୀ ଗ୍ରୁପ୍ରେ ସଚେତନତା ପାଇଁ ୧ ଲକ୍ଷରୁ ଊର୍ଦ୍ଧ୍ଵ "ସଖୀ-ସହେଲି'ଙ୍କୁ ଚିହ୍ନଟ କରାଯାଇଛିା ଡିଜିଟାଲ୍ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ୨୦୦ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇଛି । ମୁଖ୍ୟତଃ ବାଲ୍ୟବିବାହ ରୋକିବା, ବାଳିକାମାନଙ୍କୁ ନିର୍ଯାତନା ତଥା ଘରୋଇ ହିଂସାରୁ ସୁରକ୍ଷା ଦେବା, ଡ୍ରପ୍ ଆଉଟ୍ ହ୍ରାସ, କିଶୋରୀମାନଙ୍କ ପୁଷ୍ଟିସାଧନ, ସ୍ୱଚ୍ଛତା ଏବଂ ଶାରୀରିକ ତଥା ମାନସିକ ପ୍ରସଙ୍ଗଗୁଡ଼ିକରେ ସଚେତନତା ସୃଷ୍ଟି ପାଇଁ "ଅଦ୍ୱିକା' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲାା ଏଥିରେ ସାମିଲ ହେବା ପରେ ତୃଣମୂଳ ସ୍ତରରେ କିଶୋରୀବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କ୍ଷେତ୍ରରେ ଆଖିଦୃଶିଆ ରୂପାନ୍ତରଣ ଦେ ଖିବାକୁ ମିଳିଛିା ଏହି ସଫଳତାକୁ ଆହୁରି ଉଚ୍ଚତର ପର୍ଯ୍ୟାୟକୁ ନେବା ନିମନ୍ତେ ଏଣିକି କିଶୋରବାଳକମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ ଏବଂ ସେମାନଙ୍କ ମଧ୍ୟରୁ "ସଖା-ବନ୍ଧୁ'ମାନଙ୍କୁ ନିୟୋଜିତ କରାଯିବା ଏହି କ୍ରମରେ ଆଜିଠାରୁ "ଅଦ୍ୱିକା'ରେ ଯୋଡ଼ି ହୋଇଛି ଏକ ନୂତନ ଫର୍ଦ୍ଦ "ସଖା-ବନ୍ଧୁ' ଯେଉଁମାନେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ସବୁସ୍ତର ରେ ପହ ଞ୍ଚାଇବା ଦିଗରେ ଉଲେ ଖ୍ଲ ନୀୟ ପ୍ରଦ ର୍ଶନ କରିବେ ସେହି ସଖୀ-ସହେ ଲି, ସଖା-ବନ୍ଧୁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ପ୍ରତ୍ୟେକ ଝିଅ ଆମ ପାଇଁ ଅଦ୍ୱିତୀୟା ଝିଅମାନଙ୍କୁ ସବୁଦୃଷ୍ଟିରୁ ସଶକ୍ତ କରି ଗଢ଼ିତୋଳିବା ନିମନ୍ତେ ଆରମ୍ଭ କରାଯାଇଥିବା "ଅଦ୍ୱିକା' କାର୍ଯ୍ୟକ୍ରମ ଆମ ରାଜ୍ୟର ଝିଅମାନଙ୍କୁ ସଶକ୍ତ ଏବଂ ସମର୍ଥ କରିବା ଦିଗରେ ଏକ ବଳିଷ୍ଠ ପ୍ରୟାସା "ଅଦ୍ୱିକା' ମାଧ୍ୟମରେ ବାଲ୍ୟବିବାହ, ଶିଶୁଚାଲାଣ, ଶିଶୁ ନିର୍ଯାତନା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ଝିଅମାନେ ମୁହଁ ଖୋଲି ପାରୁଛନ୍ତି, ସମସ୍ୟାକୁ ପ୍ରତିହତ କରି ପରିବର୍ତ୍ତନର ବାହକ ସାଜି ପାରିଛନ୍ତି ।

WCD Department odisha

"ଅଦ୍ୱିକା' ଅନେକଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ତିଆରି କରିପାରିଛି । "ସଖା-ବନ୍ଧୁ' କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ତା'ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ମତୀ ଅନୁ ଗର୍ଗ କହିଥିଲେ ସଚେତନତା ସୃଷ୍ଟି ଦିଗରେ କେବଳ କିଶୋରୀବାଳିକା ନୁହେଁ ବାଳକମାନଙ୍କର ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ସେମାନେ ସଚେତନ ହେଲେ ଅନେକଗୁଡ଼ିଏ ସାମାଜିକ ପରିବର୍ତ୍ତନ ଆଣିବାରେ ସେମାନେ ମଧ୍ୟ କ୍ରିୟାଶୀଳ ଭୂମିକା ନିର୍ବାହ କରିପାରିବୋ କେବଳ ସେତିକି ନୁହେଁ
ଅଙ୍ଗନବାଡ଼ିର ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ପୁରୁଷମାନଙ୍କ ସହଭାଗିତା ଏକାନ୍ତ ଆବଶ୍ୟକା କିଶୋରମାନଙ୍କୁ ମଧ୍ୟ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ଭାବେ ନିୟୋଜିତ କରିବାରେ "ସଖା-ବନ୍ଧୁ' କାର୍ଯ୍ୟକ୍ରମ ଯଥେଷ୍ଟ ସହାୟକ ହେବ ବୋଲି ପ୍ରମୁଖ ଶାସନ ସଚିବ ମତୀ ଗର୍ଗ କହିଥିଲ । "ଅଦ୍ୱିକା' କାର୍ଯ୍ୟକ୍ରମର ସଫଳତା ଏବଂ ଉପଲବ୍ଧି ଏବଂ ଆଗାମୀ ଦିନର କାର୍ଯ୍ୟଖସଡ଼ା ସଂପର୍କରେ ନିଜ ସ୍ୱାଗତ ଭାଷଣରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରଓ୍ୱାଲ୍ ବିସ୍ତୃତ ସୂଚନା
ଦେଇଥିଲୋ ଅନ୍ୟମାନଙ୍କ ମଧ୍ୟରେୟୁନିସେଫ୍, ଓଡ଼ିଶାର ଚିଫ ଫିଲଡ୍ ଅଫିସ୍, ମୋନିକା ନିଲେସନ୍ ଏବଂ ୟୁଏନ୍ଏଫ ୍ପିଏର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ମହ ମ୍ମଦ ନଦିମ୍ ନୁର୍ କିଶୋରୀମାନ ଙ୍କ ସାମୂହିକ କଲ୍ଯାଣ ପାଇଁ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସଗୁଡ଼ିକ ବେଶ୍ ଫଳପ୍ରଦ ହୋଇଛି ବୋଲି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+