ଉତ୍କର୍ଷ କାର୍ଯ୍ୟ ପାଇଁ ଓଡିଶା ମହିଳା ଓ ଶିଶୁ ବିକାଶ ବିଭାଗ ପାଇଲା ୩ଟି ସ୍କଚ ପୁରସ୍କାରରେ

ଭୁବନେଶ୍ବର: ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି ପ୍ରମୁଖ କାର୍ଯ୍ୟକ୍ରମ "ଘରେ ଘରେ ଅରୁଣିମା "କୁ ପ୍ଲାଟିନମ୍ ବର୍ଗ ରେ ଏବଂ ଗଞ୍ଜାମ ଜିଲ୍ଲା ରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ "ନିର୍ଭୟ। କଢି କୁ" ସମ୍ମାନଜନକ ଗୋଲ୍ଡ ବର୍ଗରେ ସ୍କୋଚ-୨୦୨୧ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଦ୍ୟ ଶୈଶବ କାର୍ଯ୍ୟକ୍ରମ ବାତ୍ସଲ୍ୟ "ନୋମିନେସନ ପର୍ଯ୍ୟାୟରେ ସେମି ଫାଇନାଲ୍ ରେ ସ୍ଥାନିତ ହୋଇଛି।

Skoch award

ଆଭାସୀ ମାଧ୍ୟମରେ ଏହି ବିଶାଳ କାର୍ଯ୍ୟକ୍ରମ ରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ମାନେ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିର୍ଦ୍ଦେଶକ, ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସଂମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଉଦଘାଟନୀ ସମାରୋହରେ ସ୍କଚ ପୁରସ୍କାର ଅଧ୍ୟକ୍ଷ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପ ର ପରିଚାଳନା ନିର୍ଦ୍ଦେଶକ ଡ ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଥିଲେ। ଚୟନ ହୋଇଥିବା ତିନୋଟି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ଯ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରି ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ କହିଥିଲେ, କୋଭିଡ ମହାମାରୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀ ର ପରିଚାଳନା ରେ କେବଳ ଓଡିଶା ସଫଳ ହୋଇନି, ସବୁ ବର୍ଗର ଉନ୍ନତି ସହ ରାଜ୍ଯ ର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିଛି ।ମହିଳା ଓ ଶିଶୁ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମ ପାଇଁ ଚୟନ ହୋଇଥିବା ଯୋଜନା ଗୁଡିକ ର ତୃଣମୂଳ ସ୍ତରରେ ସଫଳ ରୂପାୟନ ସମ୍ଭବ ହୋଇପାରିଛି।

ପ୍ରକାଶ ଥାଉକି କରୋନା ମହାମାରୀ ଆରମ୍ଭ ରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ହେଇ ଯିବା ଫଳରେ ପ୍ରାୟ 15 ଲକ୍ଷ ଶିଶୁଙ୍କ ର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗଭୀର ଭାବରେ ପ୍ରଭାବିତ ହୋଇଥିଲା। ଶିଶୁ ମାନଙ୍କ ଶାରୀରିକ ଓ ମାନସିକ ବିକାଶ ଯେଭଳି ବାଧାପ୍ରାପ୍ତ ନ ହେବ ଏହାକୁ ଦୃଷ୍ଟିରେ ରଖି 'ଘରେ ଘରେ ଅରୁଣିମା' ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରା ଯାଇଥିଲା। ନାନାଦି ସୃଜନ କଳା ନୃତ୍ୟ, ଗୀତ,ଗଳ୍ପ୍ କଥନ ଓ ପଠନ,ଚିତ୍ରକଳା, ମାଟିରେ ବିଭିନ୍ନ ପ୍ରତିକୃତି ଗଠନ, ଯୋଗ, ବ୍ୟାୟମ ଆଦି ଶାରୀରିକ ଅଭ୍ୟାସ ମାଧ୍ୟମରେ ଶିଶୁ ମାନଙ୍କ ବିକାଶ ପାଇଁ ପ୍ରତ୍ୟେକ ମାସ ନିମନ୍ତେ ବିଷୟବସ୍ତୁ ଆଧାରିତ ଏକ ବାର୍ଷିକ କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇ ଅଙ୍ଗନବାଡି କର୍ମୀ ମାନଙ୍କ ସହାୟତା ରେ ଶିଶୁ ମାନଙ୍କ ପାଖକୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମ ର ପରିକଳ୍ପନା ବିଶେଷ ଆଦୃତ ହୋଇଥିଲା। ତେଣୁ ଅନ୍ୟ ରାଜ୍ୟ ମାନଙ୍କ ଅନୁରୋଧରେ ଏହି କ୍ୟାଲେଣ୍ଡର୍ କୁ ଇଂରାଜି ରେ ଅନୁବାଦ କରାଯାଇ ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ ସାଇଟ୍ ରେ ଉପଲବ୍ଧ କରାଯାଇଛି।

ବାଲ୍ୟ ବିବାହ ମୁକ୍ତ ଗ୍ରାମ ସ୍ରୁଷ୍ଟି ଲକ୍ଷ ରେ ନିର୍ଭୟ। କଢି ନାମରେ ଏକ ଅଭିନବ ପ୍ରୟାସ ସମଗ୍ର ରାଜ୍ୟ ଓ ଗଞ୍ଜାମ ଜିଲ୍ଲାରେ 2019 ମସିହାରେ ଆରମ୍ଭ କରାଯାଇଥିଲା। ବାଲ୍ୟ ବିବାହ ରୋକିବା ଦିଗରେ ସମସ୍ତ ଅଂଶୀଦାର ମାନଙ୍କୁ ସମ୍ପୃକ୍ତ ଓ ସଚେତନ କରିବା ରେ ଏହି ଅଭିଯାନ ବେଶ୍ ସଫଳ ହୋଇଛି। ଗଂଜାମ ଜିଲ୍ଲା ର 3259 ଗ୍ରାମ ର 1,83,933 ଜଣ କିଶୋରୀ ଙ୍କ ନିକଟରେ ଏହି ଅଭିଯାନ ର ବାର୍ତ୍ତା ପହଞ୍ଚି ପାରିଛି। ଜିଲ୍ଲା ର 1032 ଗ୍ରାମ ର 140 ଟି ୱାର୍ଡ଼ କୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି।

3 ବର୍ଷ ରୁ କମ୍ ବୟସର ଶିଶୁ ମାନଙ୍କ ମସ୍ତିଷ୍କ ର ବିକାଶ କୁ ବିଶେଷ ଗୁରୁତ୍ଵ ଦିଆଯାଇ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇଁ ' ବାତ୍ସଲ୍ୟ 'ଯୋଜନା ଆରମ୍ଭ କରାଯାଇଛି। ଏହି ଶିଶୁ ମାନଙ୍କ ପାଇଁ କୁନି କ୍ୟାଲେଣ୍ଡର୍ ପ୍ରସ୍ତୁତ କରାଯାଇଛି ଓ ସେମାନଙ୍କ ମାନସିକ ଓ ସାମାଜିକ ବିକାଶ କୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ସୂଚନା ପୁସ୍ତିକା ରେ ଉଲ୍ଲିଖିତ ବିଭିନ୍ନ ବିଷୟ ବସ୍ତୁ ଗୁଡିକ ସମ୍ପର୍କରେ ବିଭାଗ ର ମାସକଟ ଟିକି ମାଉସୀ ଜରିଆରେ ପିତାମାତା ଙ୍କୁ ସଚେତନ କରିବା ନିମନ୍ତେ ପ୍ରୟାସ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+