ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ (ମେରାଇନ୍) ରାଜ୍ୟ ପୁରଷ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷର ଭିତ୍ତିଭୂମି ନେଇ ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ବା ବେଷ୍ଟ ମେରାଇନ ଷ୍ଟେଟ ଭାବେ ଘୋଷଣା କରାଯାଇଛି ।
ଭୁବନେଶ୍ୱର: ସାରା ଭାରତ ବର୍ଷରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ଭାବେ ଘୋଷଣା କରାଇଯାଇଛି । ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷର ଭିତ୍ତିଭୂମି ନେଇ ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ବା ବେଷ୍ଟ ମେରାଇନ ଷ୍ଟେଟ ଭାବେ ଘୋଷଣା କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲାକୁ ସାରା ଭାରତରେ ଶ୍ରେଷ୍ଠ ଅର୍ନ୍ତଦେଶୀୟ (ଇନ୍ ଲ୍ୟାଣ୍ଡ) ଜିଲ୍ଲା ଭାବେ ଘୋଷଣା କରାଯାଇଛି। ତେବେ ଏନେଇ ଖୁସି ପ୍ରକାଶ କରିବା ସହ ଟ୍ବିଟ କରି ମତ୍ସ ଓ ପଶୁ ପାଳନ ଏବଂ କଳହାଣ୍ଡି ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Congratulate @farddept & @DmKalahandi as #Odisha has been selected to receive Best Marine State Award while Kalahandi selected for Best Inland District Award by @FisheriesGoI. Odisha is committed to be a pioneer state in fish production to ensure food security & boost livelihood. pic.twitter.com/ebGbDkhYWe
— Naveen Patnaik (@Naveen_Odisha) November 18, 2020
ତେବେ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ର ମତ୍ସ୍ୟସମ୍ପଦ, ପ୍ରାଣୀସମ୍ପଦ ଏବଂ ଡାଏରୀ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ସେହିପରି ଶ୍ରେଷ୍ଠ ଇନ୍ ଲ୍ୟାଣ୍ଡ ଜିଲା କଳାହାଣ୍ଡିକୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଆସନ୍ତା ୨୧ ତାରିଖ ତଥା ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ଉଲ୍ଲେଖଥାଉ କି, ଗତ ଅକ୍ଟୋବର ମାସରେ ପୁରୀର ସ୍ବର୍ଣ୍ଣୀମ ବେଳା ଭୂମିକୁ ବ୍ଲୁ ଫ୍ଲଗ ଟ୍ୟାଗ ମିଳିଥିଲା । ଡେନମାର୍କ ଫାଉଣ୍ଡେସନ ଫର ଏନଭରମେଣ୍ଟ ପକ୍ଷରୁ ଏହି ସମ୍ମାନଜନକ ଟ୍ୟାଗ ମିଳିଥିଲା ।












Click it and Unblock the Notifications