ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ବର: କେବଳ କୋମଳ ନୁହେଁ, ଶିଶୁମାନେ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ହୋଇଥିବା ହେତୁ ରାଜ୍ୟ ସରକାର ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଏବଂ ସାମଗି୍ରକ ବିକାଶ ପାଇଁ ସର୍ବାଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ଶିଶୁମାନଙ୍କ ପ୍ରତି କୌଣସି ପ୍ରକାର ଅନ୍ୟାୟ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବିଜୁ କନ୍ୟା ରତ୍ନ ଯୋଜନା, ଆଦ୍ୱିକା ଭଳି ଶିଶୁ ଅନୁକୂଳ ରାଜ୍ୟ ଯୋଜନା ପ୍ରଣୟନ କରାଯାଇଛି । ନିକଟରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ଥାନା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶିଶୁମାନଙ୍କୁ କୋଭିଡର ପ୍ରତିକୂଳ ପ୍ରଭାବରୁ ସୁରକ୍ଷିତ ରଖିବା ନିମନ୍ତେ ବହୁବିଧ ପଦକ୍ଷେପ ନିଆଯାଉଛିା ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସହ ମାନସିକ ଓ ସାମାଜିକ ସ୍ତରରେ ସେମାନଙ୍କୁ ସଶକ୍ତ କରି ପରବର୍ତ୍ତୀ ପିଢ଼ିକୁ ଉତ୍ତମ ନାଗରିକ କରି ଗଢ଼ିତୋଳିବା ଆମର ଲକ୍ଷ୍ୟ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏକାଦଶତମ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।

ଆଜି କିଟ୍ ପ୍ରେକ୍ଷାଳୟରେ ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ପ୍ରତିଷ୍ଠା ଦିବସକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ଜଳସଂପଦ
ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ବିଶିଷ୍ଟ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ
ଉଦ୍ଘାଟନ କରିଥିଲୋ ଶ୍ରୀମତୀ ଗର୍ଗ କୋଭିଡ୍ ମହାମାରୀ ସମୟରେ ବିଭାଗ ଦ୍ୱାରା ଶିଶୁ ଓ ପିଲାମାନଙ୍କୁ
ମାନସିକ ଓ ଶାରୀରିକ ସ୍ତରରେ ସକି୍ରୟ ରଖିବା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା
ଦେଇଥିଲୋ କୋଭିଡ୍ର ପ୍ରଥମ ଲହରରେୟୁନିସେଫ ସହାୟତାରେ ଅନ୍ଲାଇନ୍ରେ "ମୋ ପ୍ରତିଭା', ଅଙ୍ଗନବାଡ଼ି
ଶିଶୁମାନଙ୍କ ପାଇଁ "କୁନି କ୍ୟାଲେଣ୍ଡର', "ଘରେ ଘରେ ଅରୁଣିମା' ଆଦି ଅଭିନବ କାର୍ଯ୍ୟକ୍ରମ କରାଯାଇଛିା
ଅଙ୍ଗନବାଡ଼ି ବନ୍ଦ ଥିବା ସମୟରେ ପ୍ରାକ୍ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଶୁଖିଲା ରାସନ୍ ଘରେ ବଣ୍ଟନ କରାଯିବା,
କୋଭିଡ୍ରେ ଅନାଥ ଶିଶୁମାନଙ୍କ ଶିକ୍ଷା ପାଇଁ ଆଶୀର୍ବାଦ ଯୋଜନା କାର୍ଯ୍ୟକାରୀ ହେବା ସହ ପ୍ରତ୍ୟେକ ବର୍ଷ ଅନାଥ
ଶିଶୁମାନଙ୍କ ସର୍ଭେ କରିବା ପାଇଁ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରମୁଖ ସଚିବ ଶ୍ରୀମତୀ ଗର୍ଗ
କହିଥିଲ ।

ଆଭାସୀ ମାଧ୍ୟମରେ ଯୋଗଦେଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଥିଲେ, ଶିଶୁ ସୁରକ୍ଷା
ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରତ୍ୟେକ ରାଜ୍ୟରେ ଶିଶୁ ସୁରକ୍ଷା କମିଶନ ଗଠନ କରାଯାଇଛିା କୋଭିଡ୍
ପରେ କମିଶନର ଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି । ଅନ୍ୟମାନଙ୍କ ମଧ୍ୟରେୟୁନିସେଫ୍ର ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍, ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ
କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଦିଗରେ ଆୟୋଗର ଆଭିମୁଖ୍ୟକୁ ପ୍ରଶଂସା କରିବା ସହ
ଶିଶୁମାନଙ୍କ ସହ ସଂପୃକ୍ତ ସମସ୍ତ ଅଂଶୀଦାରଙ୍କୁ ଶିଶୁ ଅଧିକାର ଆଇନ ସଂପର୍କରେ ସଚେତନ କରିବାକୁ ପରାମର୍ଶ
ଦେଇଥିଲୋ
ପ୍ରାରମ୍ଭରେ ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୋଗର
ଲକ୍ଷ୍ୟ, ଉଦ୍ଦେଶ୍ୟ, ସଂକଳ୍ପ ଏବଂ ଶିଶୁ ସୁରକ୍ଷା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ
ଆଲୋକପାତ କରିଥିଲୋ କୋଭିଡ୍-୧୯ କୋମଳମତି ଛାତ୍ରଛାତ୍ରୀମାନଙ୍କ ମାନସିକତାକୁ କିଭଳି ପ୍ରଭାବିତ କରିଛି
ସେ ସଂପର୍କରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ଦଶମ ଶ୍ରେଣୀର ଛାତ୍ର ଶୁଭେନ୍ଦୁ ଦାସ ନିଜର ଅନୁଭୂତି ବର୍ଣ୍ଣନା
କରିଥିଲୋ
ଏହି ଅବସରରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂତନ େଓ୍ୱବ୍ସାଇଟ୍ ଏବଂ ଅନ୍ଲାଇନ୍ରେ କେଶ୍
ପରିଚାଳନା ବ୍ୟବସ୍ଥାର ଲୋକାର୍ପଣ ହୋଇଥିଲାାୟୁନିସେଫ୍ ସହଯୋଗରେ ପ୍ରସ୍ତୁତ ବିଭିନ୍ନ ପ୍ରଚାରପତ୍ର, ପୁସ୍ତିକା,
ରିପୋର୍ଟ ଏବଂ ସଂକଳନ ଉନ୍ମୋଚିତ ହେବା ସହ ନଭେମ୍ବର ୧ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ
ଆୟୋଗର "୪୦ ଦିନିଆ ଶିଶୁ ଅଧିକାର ଅଭିଯାନ'ର ଶୁଭାରମ୍ଭ ହୋଇଥିଲାା
ଆୟୋଗ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ
ମଙ୍ଗରାଜ, ଶିଶୁ ଅଧିକାର ପାଇଁ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ଘୋଷିତ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ କେ. ରବିକୁମାରଙ୍କ
ସମେତ ଶିଶୁ ଅଧିକାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର,
ଦେବଗଡ଼ର ଶିଶୁ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧାର ଜିଲ୍ଲା ଶିକ୍ଷା ଅଧିକାରୀ, କୋରାପୁଟର ଡିଏସ୍ଡବ୍ଲ&ୁଓ, ଗଜପତିର
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମ୍ବଲପୁର ଅଇଁଠାପାଲିର ଥାନା ଅଧିକାରୀ, ସାମ୍ବାଦିକ ଡାଏନା ସାହୁ, ସୁପ୍ରିୟା
ଦାସ ତଥା ବହୁ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲାା
ଦ୍ୱିତୀୟ ଅଧିବେଶନରେ ପିଲାମାନଙ୍କ "ମାନସିକ ସ୍ୱାସ୍ଥ୍ୟ-ସୁରକ୍ଷା ଓ ଯତ୍ନ', "ଉତ୍ତମ ମାନସିକ ସ୍ୱାସ୍ଥ୍ୟ
ଅଭ୍ୟାସ' ସଂପର୍କିତ ଦୁଇଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲାା ଏଥିରେ ପିଲାମାନଙ୍କ ମାନସିକ ସନ୍ତୁଳନର
ରକ୍ଷା ଦିଗରେ ପରିବାର, ସମାଜ ଓ ସରକାରଙ୍କ ଦାୟିତ୍ୱ ସଂପର୍କରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ
ଶ୍ରୀ ଅନୁପମ ସାହା, ଏଡୁକୋର କଣ୍ଟି୍ର ନିର୍ଦେଶକ ଗୁରୁପ୍ରସାଦ ରାଓଙ୍କ ସମେତ ବିଶେଷଜ୍ଞମାନେ ପରାମର୍ଶ
ଦେଇଥିଲେ ।












Click it and Unblock the Notifications