Get Updates
Get notified of breaking news, exclusive insights, and must-see stories!

ଓଡିଶା: ୨୬ ଏକର ପତିତ ରାଜସ୍ୱ ଜମିରେ ହେବ ନୂତନ ବନୀକରଣ

ଭୁବନେଶ୍ବର: ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇ ଅଛି । ସରକାରଙ୍କର ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସନ୍ତୁଳନ ଦିଗରେ ଏହା ସହାୟକ ହୋଇପାରିବ । ଅନ୍ୟ ପକ୍ଷରେ ଏହାଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ଭରଣା ହେଇପାରୁଥିବାରୁ ସରକାରୀ ପ୍ରକଳ୍ପଗୁଡିକ ଅନାୟାସରେ ସମ୍ପୂର୍ଣ୍ଣ ହୋଇପାରିବ।

Afforestation Drive

ସ୍କୁଲ ଓ କଲେଜଗୁଡ଼ିକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଯୁକ୍ତ-୨ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷ, ତହସିଲଦାର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯାଇ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି । ଏହି କମିଟି ଜମିଜମା ସମସ୍ୟାକୁ ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଇବୋ ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହିସବୁ ଅନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯିବା ଏହି ସଂପର୍କିତ ଏକ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀମାନେ ଯୋଗଦେଇଥିଲେ ।

ରେଲୱେ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ପରି ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭତ୍ତିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମାନ ଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଲଘୁ ଖଣିଜ ପଦାର୍ଥ ଉତ୍ସଗୁଡିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି ରୋକିବ । ସହ ଲଘୁ ଖଣିଜ ଉତ୍ସଗୁଡିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ବୈଠକ କରି ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+