ବିଶ୍ବ ମତ୍ସ୍ୟ ଦିବସ ଅବସରରେ ଓଡ଼ିଶାକୁ ବେଷ୍ଟ ମେରାଇନ୍ ଷ୍ଟେଟ ଆୱାର୍ଡ
ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ଭାବେ ପୁରଷ୍କୃତ କରାଯାଇଛି ।
ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ଭାବେ ପୁରଷ୍କୃତ କରାଯାଇଛି । ସାମୁଦ୍ରିକ ମାଛ ଉତ୍ପାଦନ ସହ ମାଛ ଚାଷର ଭିତ୍ତିଭୂମି ନେଇ ଓଡିଶାକୁ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ବା ବେଷ୍ଟ ମେରାଇନ ଷ୍ଟେଟ ଭାବେ ସମ୍ନାନ ମିଳିଛି । ସେହିପରି କଳାହାଣ୍ଡି ଜିଲ୍ଲାକୁ ସାରା ଭାରତରେ ଶ୍ରେଷ୍ଠ ଅର୍ନ୍ତଦେଶୀୟ (ଇନ୍ ଲ୍ୟାଣ୍ଡ) ଜିଲ୍ଲା ଭାବେ ଆୱାର୍ଡ ମିଳିଛି ।

ନୂଆଦିଲ୍ଲୀ ଠାରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ସାରଙ୍ଗୀ ଏବଂ ସଞ୍ଜୀବ କୁମାର ବାଲାନଙ୍କ ଉପସ୍ଥିତିରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ ଗିରିରାଜ ସିଂଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି।
Odisha received two prestigious National Level Fisheries Awards on the occasion of ‘World Fisheries Day 2020’ on 21.11.2020@matrubhasanews@prajatantra_tv@theargus_in@TOIBhubaneswar@BBSRBuzz@OrissaPOSTLive@sambad_odisha@samajalive@Dharitri_News@prameyaodia@odishasamaya pic.twitter.com/XR9dp1zkFF
— Fisheries & ARD Department (@farddept) November 21, 2020
ତେବେ ଶ୍ରେଷ୍ଠ ସାମୁଦ୍ରିକ ତଟ ରାଜ୍ୟ ଭାବେ ଓଡ଼ିଶାକୁ କେନ୍ଦ୍ର ମତ୍ସ୍ୟସମ୍ପଦ, ପ୍ରାଣୀସମ୍ପଦ ଏବଂ ଡାଏରୀ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ସେହିପରି ଶ୍ରେଷ୍ଠ ଇନ୍ ଲ୍ୟାଣ୍ଡ ଜିଲା କଳାହାଣ୍ଡିକୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି ।












Click it and Unblock the Notifications