ଗୋଟିଏ ନମ୍ବର 112; ମିଳିବ ସମସ୍ତ ସେବା : 1098 ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଜରୁରୀ ସେବା ଏଣିକି ଗୋଟିଏ ନମ୍ବରରେ ଉପଲବ୍ଧ ହେବ ।
ଭୁବନେଶ୍ୱର : ରାଜ୍ୟ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଜରୁରୀ ସେବା ଏଣିକି ଗୋଟିଏ ନମ୍ବରରେ ଉପଲବ୍ଧ ହେବ । ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଦମକଳ ଯାଏଁ ଏପରିକି ପୁଲିସ କଣ୍ଟ୍ରୋଲ ରୁମ୍ ପର୍ଯ୍ୟନ୍ତ ଆଉ ଭିନ୍ନଭିନ୍ନ ନମ୍ବର ଡାଏଲ୍ କରିବାକୁ ପଡିବ ନାହିଁ । ଗୋଟିଏ ନମ୍ବରରେ ସମସ୍ତ ନମ୍ବରକୁ ଗୋଟିଏ ନମ୍ବରରେ ପରିଣତ କରିଛନ୍ତି ରାଜ୍ୟ ସରକାର । ଜାରି ହୋଇଥିବା ନୂଆ ନମ୍ବର ହେଉଛି 112 । ଏହାକୁ ତୁରନ୍ତ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ । ଅପରପକ୍ଷରେ ରାଜ୍ୟର ତ୍ୱରିତ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 1098 ଟି ପଦୀକୁ ମଞ୍ଜୁର କରିଛନ୍ତି ।
ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ସହାୟତା ନମ୍ବର ଭାବରେ 100,101,102,104,108, 181 ଓ 1098 କୁ ପୂର୍ବରୁ ଜାରି କରାଯାଇଥିଲା । ଏହି ସମସ୍ତ ନମ୍ବରକୁ ଏବେ ଗୋଟିଏ ନମ୍ବରରେ ପରିଣତ କରାଗଲା ।

ଏହି 112 ଜରିଆରେ ସାଧାରଣ ଲୋକଙ୍କ ଯେପରି ତ୍ୱରିତ ସେବା ଯୋଗାଇ ଦିଆଯାଇ ପାରିବ ସେଥିପାଇଁ 1098ଟି ପଦବୀ ସୃଷ୍ଟିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
112 ପାଇଁ କିଏ ହେବେ ନିଯୁକ୍ତି ?
ବିଭିନ୍ନ ଜରୁରୀକାଳିନ ସେବା ପାଇଁ ଜାରି କରାଯାଇଥିବା ଗୋଟିଏ 112 ନମ୍ବରରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ଏଥିରେ 4 ଜଣ ଡିଏସପି, 151 ଜଣ ସବଇନସ୍ପେକ୍ଟର (ଏସଆଇ), 203 ଜଣ ସହକାରୀ ସବ୍ ଇନସ୍ପେକ୍ଟର (ଏସଆଇ) ଏବଂ 740 ଜଣ କନଷ୍ଟେବଳ ନିୟୋଜିତ ହେବେ । ଏତଦବ୍ୟତୀତ ଆଉଟସୋର୍ସିଂରୁ 198 ଜଣ Call Taker Executive ଏବଂ 236ଟି ଗାଡ଼ି ମଧ୍ୟ ନିୟୋଜିତ କରିବେ ରାଜ୍ୟ ସରକାର ।
ଜନସାଧାରଣଙ୍କ ପାଇଁ ଜାରି କରାଯାଇଥିବା ନମ୍ବର ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୁଲିସ ସଫଳ ହେବ ଏବଂ ଲୋକଙ୍କ ଆସ୍ଥା ଅଧିକ ବଢିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।












Click it and Unblock the Notifications