୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ "ଓଡ଼ିଶା ପୁଷ୍ଟି ମହୋତ୍ସବ' ଅନୁଷ୍ଠିତ

ଭୁବନେଶ୍ବର: ଗ୍ରାମୀଣ ଓଡ଼ିଶାରେ ପୁଷ୍ଟିକର ଖାଦ୍ୟର ପ୍ରସାର ଏବଂ ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ "ଓଡ଼ିଶା ପୁଷ୍ଟି ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛିା ରାଜ୍ୟବାସୀଙ୍କ ମଧ୍ୟରେ ମୋ ଉପକାରୀ ବଗିଚାର ପ୍ରଚାରପ୍ରସାର ଏବଂ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ସୃଷ୍ଟି ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟା ଚଳିତ ବର୍ଷ ଡିସେମ୍ବର ୬ରୁ ୧୨ ତାରିଖ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଅଜିମ ପ୍ରେମ୍ଜୀ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅକ୍ସଫାମ୍ର ରିପୋର୍ଟ ଅନୁଯାୟୀ ମୋ ଉପକାରୀ ବଗିଚା ଅଧୀନରେ ରାଜ୍ୟରେ ୪ ଲକ୍ଷ ୭୪ ହଜାର ପୁଷ୍ଟି ବଗିଚା ସ୍ଥାପନ କରାଯାଇଛିା ୪ ଲକ୍ଷ ୭୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ପିଏଲ୍ଏ-ଲାନ୍ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଛିା ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନର ୧୧ ହଜାର ୭୦୪ ଦକ୍ଷ ଗୋଷ୍ଠୀଭିତ୍ତିକ କର୍ମଚାରୀ ଗ୍ରାମୀଣ ଓଡ଼ିଶାର ଘରେ ଘରେ ପୁଷ୍ଟି ବଗିଚା ସ୍ଥାପନ ନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ "ସେଫ ଓ ନୁ୍ୟଟି୍ର ଫୁଡ୍' ବର୍ଗରେ "ଆଉଟ୍ଲୁକ୍ ପୋଷଣ ଆଓ୍ୱାର୍ଡ୨୦୧୯' ପୁରସ୍କାରରେ ପୁରସ୍କୃତ ହୋଇଛିା ମୋ ଉପକାରୀ ବଗିଚା ମିଶନ ଶକ୍ତି ବିଭାଗର ଏକ ସଫଳ ପ୍ରୟାସ ଏବଂ ଏହାର ସଫଳତା ଆଧାରରେ ମଧ୍ୟପ୍ରଦେଶ ଓ ଝାରଖଣ୍ଡ ମଧ୍ୟ ସେମାନଙ୍କ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

Mo bagicha

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍ କାର୍ତ୍ତିକେୟନ୍ ଏହି ଉତ୍ସବର ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, "ଓଡ଼ିଶା ପୁଷ୍ଟି ମହୋତ୍ସବ' ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବା ଯାହାକି ରାଜ୍ୟର ଘରେ ଘରେ ପୁଷ୍ଟି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଛିା ରାଜ୍ୟରେ ମୋ ଉପକାରୀ ବଗିଚାର ସଫଳତା ନିଶ୍ଚିନ୍ତ ପ୍ରଶଂସାଯୋଗ୍ୟ । ଏହି ଅବସରରେ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକା ମାନସୀ ନିମ୍ବାଲ କହିଛନ୍ତି, "ଓଡ଼ିଶା ପୁଷ୍ଟି ମହୋତ୍ସବ' ଦେଶର ବିଶାଳ ପୁଷ୍ଟି ଉତ୍ସବ ଅଟୋ ଏହା ରାଜ୍ୟରେ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ଦର୍ଶାଉଛିା ମୋ ଉପକାରୀ ବଗିଚା ଲୋକମାନଙ୍କର ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ପୂରଣ କରିପାରିଛି । ଓଡ଼ିଶା ପୁଷ୍ଟି ମହୋତ୍ସବରେ ଭାଗନେଇ ସମ୍ବଲପୁର, ଯୁଜୁମରା ବ୍ଲକ୍ର ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର
ସଭ୍ୟା ଶୀ୍ର ମତୀ ସବିତା ବାଡ଼ା କହିଛନ୍ତି, "ରାଜ୍ୟ ସରକାର ଙ୍କ ର ଏହି ପଦ କ୍ଷେପ ଗ୍ରାମାଞ୍ଚଳ ରେ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛିା ୧୦ ପ୍ରକାରର ଖାଦ୍ୟ ସମୂହ (ଶସ୍ୟ, ଡାଲି, ମଞ୍ଜି, ମାଛ, ମାଂସ, ଅଣ୍ଡା, ଶାଗ, ଦୁU ଇତ୍ୟାଦି) ଏବଂ ଏହାର ଆବଶ୍ୟକତା ବିଷୟରେ ଆମେ ଜାଣିପାରି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଉଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+