ଓଡ଼ିଶାର ୨୪ଟି ଜିଲ୍ଲାର ୧୧୪୬ ବିଦ୍ୟାଳୟରେ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

"ମୋ ସ୍କୁଲ ଅଭିଯାନ'ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶନିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୪ଟି ଜିଲ୍ଲାର ୧୧୪୬ ବିଦ୍ୟାଳୟରେ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛିା ଗତ ୧ ମାସ ମଧ୍ୟରେ ୧୪ ହଜାର ପୁରାତନ
ଛାତ୍ରଛାତ୍ରୀ "ମୋ ସ୍କୁଲ ଅଭିଯାନ' ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ମୋ ସ୍କୁଲ

ଏହା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆଥିର୍କ ଅନୁଦାନକୁ ମିଶାଇ ମୋଟ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛିା ବାଲେଶ୍ୱରରେ ସର୍ବାଧିକ ୧ କୋଟି ୧୪ ଲକ୍ଷ, ସୋନପୁରରେ ୫୫ ଲକ୍ଷ ୯୮ ହଜାର, କଟକରେ
୩୨ ଲକ୍ଷ ୧୬ ହଜାର, ଯାଜପୁରରେ ୩୦ ଲକ୍ଷ ୪୧ ହଜାର ଏବଂ ମୟୂରଭଞ୍ଜରେ ୨୦ ଲକ୍ଷ ୪୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତିା ଏବେ ସୁଦ୍ଧା ମୋଟ ୬,୦୬,୯୦୮ ଜଣ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ' ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତିା ସେହିଭଳି ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ମୋଟ ୩୩୩.୪ କୋଟି ଟଙ୍କାର ଅନୁଦାନ ମିଳିଛିା
"୫-"ଟି' ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍ କାର୍ଯ୍ୟକ୍ରମ'ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ ୨,୨୨୨ ହାଇସ୍କୁଲକୁ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆଥିର୍କ ଅନୁଦାନ ମିଶାଇ ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛିା
ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛିା କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖ#ବାକୁ ଫଲï ମନିଟରିଂ ଏବଂ ସୋସିଆଲ୍ ଅଡିଟ୍କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍କୁଲସ୍ତରରେ "ମୋ ସ୍କୁଲ' ପ୍ରକଳ୍ପର ଅଡିଟ୍ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ୱତନ୍ତ୍ର ଅଡିଟ୍ ଟିମ୍ ପଠାଇବାକୁ ସ୍ଥିର ହୋଇଛିା ଏହା ବ୍ୟତୀତ "ମୋ ସ୍କୁଲ ଅଭିଯାନ' ଅନ୍ତର୍ଗତ ସ୍କୁଲ ଆଡ୍ପ୍ସନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛିା "ମୋ ସ୍କୁଲ' ଏବଂ "ପ୍ରଥମ' ଓ "ଭାରତ ଜ୍ଞାନବିଜ୍ଞାନ ସମିତି'ର ମିଳିତ ସହଯୋଗରେ ଅକେଫାବର ୨ ତାରିଖରୁ ରାଜ୍ୟର ୧୦୨୫ଟି ସ୍ଥାନରେ "ଲର୍ଣ୍ଣିଂ କ୍ୟାମ୍ପ୍'ର ଆୟୋଜନ
କରାଯାଇଛିା କୁନି କୁନି ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ଏହି କ୍ୟାମ୍ପ୍ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖ#ଛିା ଆସନ୍ତା ନଭେମ୍ବର ୧୪ ତାରିଖରୁ ବଳକା ୩୯୭୫ଟି ସ୍ଥାନରେ ଏହି "ଲର୍ଣ୍ଣିଂ କ୍ୟାମ୍ପ୍' ଆରମ୍ଭ ହେବାକୁ ଥିବାବେଳେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସେ୍ୱଚ୍ଛାକୃତ ଭାବରେ ଏଥିରେ ଯୋଡ଼ିହୋଇ କୁନି କୁନି ପିଲାଙ୍କର ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷାଦାନ କରୁଛନ୍ତିା ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍ର ୨୦ ହଜାର ଶିକ୍ଷକଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବାକୁ "ମୋ ସ୍କୁଲ' ଏବ "କେ୍ୱଷ୍ଟ ଆଲିଆନ୍ସ' ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛିା ଏହା ଅଧୀନରେ ଶିକ୍ଷକଙ୍କୁ ନଭେମ୍ବର ପ୍ରଥମ ସପ୍ତାହରୁ ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+