ଓଡିଶା: ୬୦ ଲକ୍ଷ ମହିଳାଙ୍କ ସାମାଜିକ ସଶକ୍ତିକରଣ ପାଇଁ ବୁଝାମଣାପତ୍ର ସ୍ଵାକ୍ଷର

ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ
ଦୂର କରିବା ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ମିଳିତ ୟୁଏନଏଫପିଏ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ମିଳିତ ଜାତିସଂଘର ୨୦୩୦ କାର୍ଯ୍ୟସୂଚୀ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ସହାୟକ ହେବ। ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ସହିତ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ତିନି ବର୍ଷିଆ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

Mission Shakti UNFPA

ଡିଜିଟାଲ ସାକ୍ଷରତା ମହିଳାମାନଙ୍କୁ ଅଧିକ ସଂଯୋଜିତ, ସୂଚିତ ଏବଂ ବାହ୍ୟଜଗତ ସହିତ ଜଡ଼ିତ ଓ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବାରେ ସହାୟତା ଦେବା ସହ ଅନଲାଇନରେ ଉପଲବ୍ଧ ବିଭିନ୍ନ ସେବା ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକ ତଥ୍ୟ ଓ ସୂଚନା ପାଇବାରେ ସହାୟକ ହେବ । ଆର୍ଥିକ ସାକ୍ଷରତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସଠିକ୍ ଜ୍ଞାନ କୌଶଳର ବ୍ୟବହାର ମାଧ୍ୟମରେ ଟଙ୍କା ପଇସାର କୁଶଳ ପରିଚାଳନା କରିବାରେ ସାହାଯ୍ୟ କରିବ । ଡିଜି ଶକ୍ତି ଭାବରେ ପରିଚିତ ଏହି ମହିଳାମାନେ ଲକ୍ଷ ଲକ୍ଷ ମହିଳାଙ୍କୁ ସମାନ ଜ୍ଞାନକୌଶଳ ଉପରେ ତାଲିମ ଦେବେ।

ମିଶନ୍ ଶକ୍ତି ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକଳ୍ପ ସମାଜର ବିଶେଷ ଭାବେ ବଞ୍ଚିତ ତଥା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ସ୍ତରର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହେବ । ଏହି ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବା ଦ୍ୱାରା ଆଦିବାସୀ ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ପରିବାରର ମହିଳାମାନେ ଲାଭବାନ ହେବେ । ଏହି ପ୍ରକଳ୍ପ ୨,୫୦,୦୦୦ରୁ ଅଧିକ ମହିଳାଙ୍କୁ ପ୍ରଜନନ ତଥା ସେମାନଙ୍କର ସମାଜିକ ଅଧିକାର ବିଷୟରେ ସୂଚିତ କରିବା ସହିତ ସେମାନଙ୍କୁ ସାମ୍ପ୍ରଦାୟିକ ହିଂସା, ଭେଦଭାବ ଏବଂ ବାଲ୍ୟବିବାହ, ଯୌତୁକ ପରି ସାମାଜିକ କୁପ୍ରଥାର ମୁକାବିଲା କରିବା ଦିଗରେ ସହାୟତା ଦେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସେମାନଙ୍କର ସାମାଜିକ ବିକାଶ ପାଇଁ ସୂଚନା ଜ୍ଞାନକୌଶଳ ସହିତ ସଶକ୍ତ ହୋଇ ପାରିବେ ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍. କାର୍ତ୍ତିକେୟନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+