ଓଡିଶା ମାନବଧୀକାର କମିଶନ ପକ୍ଷରୁ ବିଶ୍ଵ ମାନବଧୀକାର ଦିବସ ପାଳିତ

ଭୁବନେଶ୍ବର: ମାନବ ଅଧିକାରର ସୁରକ୍ଷା ନିମନ୍ତେ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମିଳିତ ଜାତିସଂଘରେ ମାନବାଧିକାର ଘୋଷଣାନାମା ସ୍ୱୀକୃତି ପାଇଥିଲା । ବିଶ୍ୱର ବହୁଦେଶ ଏହାକୁ ଏହି ଐତିହାସିକ ଦିବସଟିକୁ ସେବେଠାରୁ ସାରା ବିଶ୍ୱ ମାନବାଧିକାର ଦିବସ ରୂପେ ପାଳନ କରି ଆସୁଛନ୍ତି । ବୈଶ୍ୱିକ ମହାମାରୀ କୋଭିଡ୍-୧୯ ପରିପେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର ଆୟୋଗର ସମ୍ମିଳନୀ କକ୍ଷରେ ମାନବାଧିକାର ଦିବସ ପାଳିତ ହୋଇଛି ।

ମାନବଧୀକାର ଦିବସ

ଓଡ଼ିଶାରେ ୨୦୦୩ ମସିହାରୁ ମାନବାଧିକାର ଆୟୋଗ କାର୍ଯ୍ୟ କରିଆସୁଛି । ଆୟୋଗ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ମାନବାଧିକାର ଉଲ୍ଲଂଘନ ପରି ଗୁରୁତ୍ୱତ୍ୱପୂର୍ଣ୍ଣ ସମସ୍ୟାକୁ ସମାଧାନ ଦିଗରେ ଅତି ଦାୟିତ୍ୱର ସହ କାର୍ଯ୍ୟନିର୍ବାହ କରିଆସୁଛିା ଆୟୋଗ ମୁଖ୍ୟତଃ ନିର୍ଯାତିତା ମହିଳା, ବୟସ୍କ, ଅସମର୍ଥ, ମାନସିକ ଅନଗ୍ରସର, ହାଜତରେ ଥିବା ବ୍ୟକ୍ତିଙ୍କ ଅଭିଯୋଗ, ସାମାଜିକ ସୁଯୋଗରୁ ବଞ୍ଚିତ ଶିଶୁମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଦିଗରେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେଇଆସିଛିା କ୍ରମଶଃ ଲୋକମାନେ ମାନବାଧିକାର ଉଲ୍ଲଂଘନ ଏକ ସାଂଘାତିକ ବ୍ୟପାର ବୋଲି ଉପଲବ୍ଧି କଲେଣିା ୨୦୨୧ ଡିସେମ୍ବର ୧ ତାରିଖ ସୁଦ୍ଧା ୨୮୯୧ ମାନବାଧକାର ଉଲ୍ଲଂଘନ ପିଟିସନ୍ ଆୟୋଗରେ ଦାଖଲ ହୋଇଛି । ଓଡ଼ିଶା ମାନବାଧିକାର ଆୟୁକ୍ତର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ବି.କେ. ପଟେଲ୍ ବିଶ୍ୱ ମାନବାଧିକାର
ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲ । ଆଜିର ଏହି ଉତ୍ସବରେ ମାନ୍ୟବର ସଦସ୍ୟ ଜଷ୍ଟିସ୍ ରଘୁବୀର ଦାଶ, ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାଶ, ଅତିରିକ୍ତ ଡିଜି ପୋଲିସ୍ଇନ୍ଭେଷ୍ଟିଗେସନ୍ ଶ୍ରୀ ପ୍ରଣବିନ୍ଦୁ ଆଚାର୍ଯ୍ୟ, ସଚିବ ସୁନୀଲ ନାୟକ, ରେଜିଷ୍ଟାର ଦିବ୍ୟଜ୍ୟୋତି ମହାପାତ୍ର, ସହକାରୀ ରେଜିଷ୍ଟାର ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ୩୦ ଜଣ ଆଇନ ଶିକ୍ଷାନବୀଶ ଏବଂ ଆୟୁକ୍ତର ସମସ୍ତ ଉଚ୍ଚପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+