Get Updates
Get notified of breaking news, exclusive insights, and must-see stories!

ଖୋଲିବ ପିଏଚଡି ଓ ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣାଗାର : ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ

ବିଜ୍ଞାନ ଓ ବୈଷୟିକ ବିଭାଗର ପିଏଚଡି ଓ ଏମଫିଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଗବେଷଣାଗାର ଖୋଲିବାକୁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ ଶାସ୍ୱତ ମିଶ୍ର ।

ଭୁବନେଶ୍ୱର : କରୋନା ମହାମାରୀର ପ୍ରକୋପ ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ସ୍ଥିତିକୁ ପୁଣି ଥରେ ସ୍ୱଭାବିକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କରୋନା ମହାମାରୀରେ ବନ୍ଦ ରହିଥିବା ପିଏଚଡି ଓ ଏମଫିଲ୍ ଛାତ୍ରଛାତ୍ରୀଙ୍କ ଗବେଷଣାଗାର ପୁଣି ଖୋଲିବ । ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ବିଜ୍ଞାନ ଓ ବୈଷୟିକ ବିଭାଗର ପିଏଚଡି ଓ ଏମଫିଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଗବେଷଣାଗାର ଖୋଲିବାକୁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ ଶାସ୍ୱତ ମିଶ୍ର । ଆହୁରି ମଧ୍ୟ କଲେଜ୍ ଲାବ୍ରୋଟୋରି ଖୋଲିବାକୁ ଅନୁମତି ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଉଚ୍ଚ ଶିକ୍ଷା ବିଭାଗ

ଗବେଷଣାଗାର ଖୋଲିବା ପରେ ଛାତ୍ରଛାତ୍ରୀମାନେ କୋଭିଡ୍ ନିୟମ ଅନୁସାରେ ଗବେଷଣା କରିବେ । ଗବେଷଣାଗାର କିପରି ଖୋଲାଯିବ ସେ ନେଇ ଏସଆରସିଙ୍କ ପକ୍ଷରୁ ପୂର୍ବରୁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ଏହାକୁ ନଜରରେ ରଖି ଗବେଷଣାଗାର ଖୋଲିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି । ଏଠାରେ କହି ରଖୁଛୁ କି ପିଏଚଡି ପେପର ଦାଖଲ କରିବାକୁ ଛଅ ମାସ ସମୟ ସୀମା ବୃଦ୍ଧି କରିଛି ୟୁଜିସି । ଚଳିତବର୍ଷ ଡିସେମ୍ବର 31 ପରିବର୍ତ୍ତେ ଆସନ୍ତା ବର୍ଷ ଜୁନ୍ 30 ଯାଏଁ ସମୟସୀମା ବୃଦ୍ଧି କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ପୂର୍ବରୁ ୟୁଜିସି ଚିଠି ଲେଖିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+