ଐତିହାସିକ ଘୋଷଣା: ପ୍ରତିଷ୍ଠା ହେବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ପ୍ରବାସୀ ଓଡ଼ିଆଙ୍କୁ କରିବ ସହଯୋଗ
ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 'ଓଡ଼ିଶା ପରିବାର' ନାମରେ ଏକ ନୂଆ ନିର୍ଦ୍ଦେଶାଳୟ ଖୋଲା ଯିବାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ଏହା ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ କାର୍ଯ୍ୟ କରିବ ବୋଲି ପ୍ରସ୍ତାବ ରହିଛି । ବିଦେଶରେ ଓଡିଶାର ଭାଷା, ସଂସ୍କୃତି ଓ ଐତିହ ପ୍ରଚାର ଦିଗରେ ଏହା କାମ କରିବ ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀଙ୍କର ଚଳିତ ଜାପାନ ଗସ୍ତ ସମୟରେ ପ୍ରବାସୀ ଓଡିଶାବାସୀ ଏବଂ ସଂଗଠନ ଓଡିଆ ଭାଷା, ସାହିତ୍ଯ କଳା, ସଂସ୍କୃତି ଏବଂ ଜଗନ୍ନାଥ ଚେତନାର ବିକାଶ ପାଇଁ ଏକ ପ୍ରକୃଷ୍ଟ ସରକାରୀ କାର୍ଯ୍ୟପ୍ରଣାଳୀ ପ୍ରସ୍ତୃତ କରିବା ପାଇଁ ନିବେଦନ କରିଛନ୍ତି । ତେଣୁ ଦେଶ ତଥା ସାରା ବିଶ୍ବରେ ପ୍ରବାସୀ ଓଡିଶାବାସୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ରାଜ୍ୟ ସରକାର ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି
ବିଭାଗ ଅଧୀନରେ ଏକ ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଶାବାସୀଙ୍କ ଜ୍ଞାନ କୌଶଳ ତଥା ବିଶ୍ବସ୍ତରୀୟ ଉପସ୍ଥିତିକୁ ଓଡିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥୁବା ଅମୁବିଧାର ସମାଧାନ ପାଇଁ ଉଦ୍ୟମ କରିବ ।
ଏତତବ୍ୟତୀତ ନିର୍ଦ୍ଦେଶାଳୟ ସାଂସ୍କୃତିକ ପ୍ରସାର, କର୍ମଜୀବି, ଛାତ୍ର, କ୍ଲିୟରାନ୍ସ୍ ଇତ୍ୟାଦି ସମ୍ବନ୍ଧିୟ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡିକ ସହିତ ଇଣ୍ଟରଫେସର ଏକକ ପଏଣ୍ଟ ଭାବରେ କାର୍ଯ୍ୟ କରିବ ଭଳି କାର୍ଯ୍ୟ ସମ୍ପାଦନ କରିବ । ସେହିପରି ଭାରତରେ ଏବଂ ବିଦେଶରେ ଓଡିଆ ସଙ୍ଗଠନଗୁଡିକୁ ତାଲିକାଭୁକ୍ତ କରିବା, ବ୍ୟକ୍ତିଗତ, ଆନୁଷ୍ଠାନିକ ତଥା ନାଗରିକ ସମାଜ ସ୍ତରରେ ପ୍ରବାସୀ ଓଡିଶାବାସୀଙ୍କ ସହଭାଗିତାରେ ଓଡିଆ ଭାଷା, ସଂସ୍କୃତି ଏବଂ ଏତିହ୍ଯ, ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଏବଂ କ୍ରୀଡ଼ାର ପ୍ରୋତ୍ସାହନର ଉନ୍ନତି କରିବା ଭଳି କାର୍ଯ୍ୟ ସମ୍ପାଦନ କରିବ ।












Click it and Unblock the Notifications