ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସପ୍ତାହ ବ୍ୟାପୀ ଇ-ମହକ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସପ୍ତାହ ବ୍ୟାପୀ ଇ-ମହକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥି ସହିତ ଶିଶୁମାନଙ୍କୁ ସ୍ମାର୍ଟ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟର 238 ଶିଶୁ ଯତ୍ନ ଅନୁଷ୍ଠାନ କୁ ଇ-ଶିକ୍ଷା କାର୍ଯ୍ୟକ୍ରମ ସମ୍ପ୍ରସାରିତ ହୋଇଛି।

ଇ ମହକ କାର୍ଯ୍ୟକ୍ରମ

ଆଜି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କ ମଧ୍ୟରେ ଅସାଧାରଣ ପ୍ରତିଭା ଓ ଦକ୍ଷତା ରହିଛି। ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଉପଯୁକ୍ତ ଅବସର ସ୍ରୁଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ଵ। ଏହି ଶିଶୁ ମାନଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ଇ- ଶିକ୍ଷା କାର୍ଯ୍ୟକ୍ରମ ରେ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକ ଯୋଡି ହେବା ଦ୍ଵାରା ଶିଶୁମାନେ ବର୍ତ୍ତମାନ ସମୟ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ସ୍ମାର୍ଟ ଶିକ୍ଷା ସହ ଅଭ୍ୟସ୍ତ ହୋଇପାରିବେ ଏବଂ ସେମାନଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି ହୋଇ ପାରିବ।

ଇ-ମହକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ନିର୍ଦ୍ଦେଶକ, ସମନ୍ଵିତ ଶିଶୁ ବିକାଶ ଅରବିନ୍ଦ ଅଗ୍ରୱାଲ କହିଥିଲେ, ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ନୃତ୍ୟ,ସଙ୍ଗୀତ, ଚିତ୍ରକଳା, କୁଇଜ୍ ଆଦିରେ ଥିବା ପ୍ରତିଭାର ବିକାଶ ପାଇଁ "ଇ-ମହକ" କାର୍ଯ୍ୟକ୍ରମ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ। କୋଭିଡି ସ୍ଥିତିରେ ସ୍କୁଲ ଗୁଡିକ ବନ୍ଦ ହେଇ ଯାଉ ଥିବା ରୁ ଗତ ୪ ମାସ ଧରି ଶିଶୁ ମାନଙ୍କୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ରଖିବା ନିମନ୍ତେ ବହୁବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଏକବିଂଶ ଶତାବ୍ଦୀ ର ଆହ୍ଵାନ କୁ ଉପଲବ୍ଧି କରି ଶିଶୁ ମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରାଯିବା ଉପରେ ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ ଗୁରୁତ୍ୱ ଆରୋପ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଓସସିପିସିଆର ର ଅଧ୍ୟକ୍ଷ। ସୁଶ୍ରୀ ସନ୍ଧ୍ୟାବତି ପ୍ରଧାନ,ସଦସ୍ୟ ସଚିବ, ଓଡିଶା ରାଜ୍ୟ ଶିଶୁ କଲ୍ୟାଣ ସମିତି କ୍ୱାରାମା ସୁଲତାନ। ବେଗମ, ବିଭାଗ ର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଏବଂ ବରିଷ୍ଠ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+