ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା, ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
ସରକାରୀ କର୍ମଚାରୀ ପାଇଁ ଖୁସି ଖବର । ବଢିଲା ଗୃହ ନିର୍ମାଣ ଋଣ ସହାୟତା । ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ଏଣିକି ୮ ପ୍ରତିଶତ ସୁଧରେ ପାଇ ପାରିବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ।
ଭୁବନେଶ୍ୱର: ସରକାରୀ କର୍ମଚାରୀ ପାଇଁ ଖୁସି ଖବର । ବଢିଲା ଗୃହ ନିର୍ମାଣ ଋଣ ସହାୟତା । ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ଏଣିକି ୮ ପ୍ରତିଶତ ସୁଧରେ ପାଇ ପାରିବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ। ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।
ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।












Click it and Unblock the Notifications