Get Updates
Get notified of breaking news, exclusive insights, and must-see stories!

ଇ-ଯାନ ପାଇଁ ପ୍ରୋତ୍ସାହନ: ଗ୍ରାହକଙ୍କୁ ପିଛିଲା ଭାବରେ ସବସିଡି ପ୍ରଦାନ କରିବେ ରାଜ୍ୟ ସରକାର, ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଚଳିତ ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଧରଣର ବିଧଯୁତ ଚଳିତ ଗାଡି ବା ଇ-ଜାନ ଉପରେ ୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି। ଏହି ସବସିଡି ପିଛିଲା ଭାବେ ୨୦୨୧ ସେପ୍ଟେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ। ଇଲେକ୍ଟ୍ରି ଗାଡ଼ିର ରେଜିଷ୍ଟ୍ରେସନ ଫି ଓ ମୋଟରଯାନ ଟିକସକୁ ରାଜ୍ୟ ସରକାର ପୂର୍ବରୁ ଛାଡ଼ କରିଥିଲେ। ରାଜ୍ୟରେ ସମସ୍ତ ପ୍ରକାରର ଇଲେକ୍ଟ୍ରିଚାଳିତ ଗାଡ଼ିଗୁଡ଼ିକର ବିକ୍ରି ବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ଫି' ଓ ମୋଟର ଯାନ ଟିକସ ଆଦାୟକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ।

E vehicle subsidy

ରାଜ୍ୟ ଇଲେକ୍ଟ୍ରି ଯାନ ନୀତି-୨୦୨୧ ଅନୁସାରେ ସରକାର ସମସ୍ତ ପ୍ରକାରର ବିଦ୍ୟୁତଚାଳିତ ଯାନ କ୍ରୟ ଉପରେ ଅତିରିକ୍ତ ୧୫% ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଏହି ସବସିଡି ପ୍ରଦାନ କରାଯିବ । ବିଦ୍ୟୁତଚାଳିତ ଦୁଇଚକିଆ ଯାନରେ ସର୍ବାଧିକ ୫ହଜାର ଟଙ୍କା, ତିନିଚକିଆ ଯାନରେ ୧୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ସରକାର ଯୋଗାଇ ଦେବେ । ଏହା ବାଦ୍ ଉକ୍ତ ଗାଡ଼ିଗୁଡ଼ିକ କ୍ରୟବେଳେ ରେଜିଷ୍ଟ୍ରେସନ ଫି କିମ୍ବା ମୋଟର ଯାନ ଟିକସ ଆଦାୟ ମଧ୍ୟ କରାଯିବ ନାହିଁ । ଓନିଶା ଇଲେକ୍ଟ୍ରି ବାହନ ନୀତି-୨୦୨୧ର ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏସବୁ ଗାଡ଼ିର ବିକ୍ରି ଓ ଚଳପ୍ରଚଳ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+