ଚାଷୀ ପଞ୍ଜୀକରଣ ପାଇଁ ସରକାର ବ୍ୟବହାର କରିବେ ସାଟେଲାଇଟ ଚିତ୍ର, ୭ ଜିଲ୍ଲାରେ ଆରମ୍ଭ ହେବ ପ୍ରକଳ୍ପ

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଏକ ନିର୍ଭୁଲ ଚାଷୀ ନାମପଂଜୀକରଣ ତାଲିକା ପ୍ରସ୍ତୁତ କରାଯାଉଛି । ଏଥି ନିମନ୍ତେ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ସହଯୋଗରେ ସାଟେଲାଇଟ୍ ଇମେଜକୁ ବ୍ୟବହାର କରାଯାଉଛିା ଏହାକୁ ପାଇଲଟ୍ ପ୍ରକଳ୍ପ ଭାବରେ ରାଜ୍ୟର ୭ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ନାମ ପଂଜୀକରଣ ସମୟରେ ଚାଷୀମାନେ ଦେଇଥିବା ତଥ୍ୟ ଅନୁସାରେ ସଂପୃକ୍ତ ପ୍ଲଟରେ ଧାନଚାଷ କରାଯାଇଛି କି ନାହିଁ, ସେ ସଂପର୍କରେ ଯାଞ୍ଚ କରାଯାଉଛି ।

ORSAC

ଆଜି ଲୋକସେବା ଭବନଠାରେ ଆୟୋଜିତ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯାଞ୍ଚ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ସଂପୂର୍ଣ୍ଣ ପ୍ରକ୍ରିୟାକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏକ ନିର୍ଭୁଲ ଚାଷୀ ପଂଜୀକରଣ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ଓ ପ୍ରକୃତ ଚାଷୀମାନେ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ସେମାନଙ୍କ ଖରିଫ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ଓର୍ସାକ୍ ସହାୟତାରେ ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ର ବିଶ୍ଳେଷଣ ମାଧ୍ୟମରେ ଧାନଚାଷ ସଂପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛିା ଉତ୍ତୋଳିତ ହାଇ ରିଜୋଲୁ୍ୟସନ୍ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ୍ ମ୍ୟାପ୍ ଓ ଜମିଜମା ପଟ୍ଟା ସହିତ ଜିଓ ରେଫରେନ୍ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗ ଦ୍ୱାରା ମଣ୍ଡିରେ ଧାନସଂଗ୍ରହ କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ମଣ୍ଡି ଦାୟିତ୍ୱରେ ଥିବା କ୍ଷେତ୍ର ଅଧିକାରୀମାନେ ଅଧିକ ତତ୍ପର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲୋ ପ୍ରତ୍ୟେକ ମଣ୍ଡିରେ ଜିଲ୍ଲା ଧାନସଂଗ୍ରହ କମିଟି ଦ୍ୱାରା ପ୍ରସ୍ତୁତ ଧାର୍ଯ୍ୟ ତାରିଖରେ ଧାନକିଣା କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

farmland

ସମସ୍ତ ମଣ୍ଡିରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ସହିତ ସମସ୍ତ କୋଭିଡ୍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ସାଟେଲାଇଟ୍ ଇମେଜରି ମାଧ୍ୟମରେ ଯାଞ୍ଚ ପ୍ରକ୍ରିୟା ଏବଂ ଖରିଫ୍ ଧାନସଂଗ୍ରହର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ବୈଠକରେ ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି.କେ. ମଲ୍ଲିକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+