ବଦଳିବ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି: ପ୍ରତିଷ୍ଠା ହେବ ୩୩୮ ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ର
ବଦଳିବ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି । ୩୩୮ ଟି ନୂଆ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବର: ବଦଳିବ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି । ୩୩୮ ଟି ନୂଆ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଟି ଉପଖଣ୍ଡ ଡାକ୍ତରଖାନା, ୨୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୩୦୬ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବ । ଏକକାଳୀନ ନୂତନ ଭାବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ବିଶେଷ ଭାବେ ଗ୍ରାମାଞ୍ଚଳର ଲୋକେ ବହୁ ଉପକୃତ ହେବେ । ତେବେ ୩୩୮ଟି ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନିର୍ମାଣ ହେଲା ପରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଯୁବକ-ଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ। ଡାକ୍ତର, ମେଡିକାଲ ଅଧିକାରୀ, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଓ ୪ର୍ଥ କର୍ମଚାରୀଙ୍କୁ ନିଯୁକ୍ତି ମିଳିବ ।
To strengthen the healthcare facilities across the State, #Odisha Government has decided to set up 12 more sub-divisional hospitals (SDHs), 20 CHCs and 306 PHCs in phases. #OdishaCares https://t.co/2qljzjeHHX
— H & FW Dept Odisha (@HFWOdisha) October 26, 2022
ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ ରାଜ୍ୟୋର ଥିବା ୩୭୭ CHC ର ଅଧାରୁ ଅଧିକକୁ ପ୍ରଥମ ରେଫରାଲ୍ ୟୁନିଟ୍ (FRU) ଭାବରେ ଗ୍ରହଣ କରାଯିବ। ଅଣ- FRU CHC ଗୁଡ଼ିକୁ ୩୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବରେ ନବୀକରଣ କରାଯିବ ଏବଂ ଯେଉଁଗୁଡିକରେ ୩୫ କିମ୍ବା ତା'ଠାରୁ ଅଧିକ ବେଡ ବିଶିଷ୍ଟ ଡାକ୍ତରଖାନା ରହିଛନ୍ତି ସେଗୁଠିକୁ ୫୦ ଶଯ୍ୟା ବିଶିଷ୍ଟ CHC ଭାବରେ ନବୀକରଣ କରାଯିବ । ସମାନ ଭାବରେ SDH ଗୁଡିକ 100 ଶଯ୍ୟା ବିଶିଷ୍ଟ ହେବ ଏବଂ IPHS ମାନଦଣ୍ଡ ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାଗୁଡ଼ିକରେ (DHHs) ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ୨୦ ରୁ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାମାନଙ୍କରେ DHH ରେ ଅତି କମରେ ୫୦୦ ଶଯ୍ୟା, ୧୦ ରୁ ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୪୦୦ ଶଯ୍ୟା, ପାଞ୍ଚରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୩୦୦ ଶଯ୍ୟା ରହିବ। ଛଅ କିମ୍ବା ଅଧିକ ଶଯ୍ୟା ବିଶିଷ୍ଟ ଅନ୍ୟ ୪୯ ଟି ଡାକ୍ତରଖାନା ମଧ୍ୟରୁ ନଅଟି PHC (ଡେ କେୟାର) ଏବଂ ୪୦ ଟି PHC (24×7) ଶ୍ରେଣୀଭୁକ୍ତ ହେବ ।












Click it and Unblock the Notifications