Get Updates
Get notified of breaking news, exclusive insights, and must-see stories!

ସରକାରୀ ଚାକିରିଆଙ୍କ ବଡ଼ ଘୋଷଣା: ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ବିନା ସୁଧରେ ୧୫ ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡ଼ଭାନ୍ସ

ଯଦି ଆପଣ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କୁ ଆଡ଼ଭାନ୍ସ ଦେବେ ରାଜ୍ୟ ସରକାର । ତାହା ପୁଣି ବିନା ସୁଧରେ ।

Odisha Government

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କୁ ଆଡ଼ଭାନ୍ସ ଦେବେ ରାଜ୍ୟ ସରକାର । ତାହା ପୁଣି ବିନା ସୁଧରେ । ତେବେ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ଆବେଦନ କରି ପାରିବେ ସରକାର କର୍ମଚାରୀ ।

ସୂଚନା ଅନୁସାରେ ଗ୍ରୁପ 'ଏ' ଓ ଗ୍ରୁପ୍ 'ବି' କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ୭୫ ପ୍ରତିଶତ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି' ଓ ଡି' କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ଦେବେ ସରକାର । ସର୍ବାଧିକ ୧୫ଲକ୍ଷ ଟଙ୍କା ଆଡଭାନ୍ସ ବାବଦକୁ କର୍ମଚାରୀମାନଙ୍କୁ ମିଳିବ ।

ତେବେ ଆଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ । କେହି ଚାହିଁଲେ ଆଗୁଆ ମଧ୍ୟ ପରିଶୋଧ କରିପାରିବେ । ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ତେବେ ଅଗ୍ରୀମ ପାଇବାର ୩ ମାସ ମଧ୍ୟରେ ଗାଡ଼ି ରେଜିଷ୍ଟେସନ୍ ସାର୍ଟିଫିକେଟ୍, ଇନସୁରାନ୍ସ, ଗାଡ଼ି କିଣିବା ଇନଭଏସ୍ କର୍ତୃପକ୍ଷକୁ ଦେବାକୁ ପଡିବ । ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ଅନ୍ୟପଟରେ ଗାଇଡଲାଇନ୍‌ରେ କୁହାଯାଇଛି ଯେ, ବିଦ୍ୟୁତ୍‌ ଗାଡ଼ି କିଣିବା ପାଇଁ ଅଗ୍ରିମ ଟଙ୍କା ନେଇଥିବା କର୍ମଚାରୀ ଯଦି ନିୟମ ଉଲ୍ଲଂଘନ କରନ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅର୍ଥାତ ଅଗ୍ରିମ ନେଇଥିବା ଅର୍ଥ ଗାଡ଼ି କିଣିବା ପରିବର୍ତ୍ତେ ଅନ୍ୟ ବାବଦକୁ ଖର୍ଚ୍ଚ କଲେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+