ସବୁ ଶନିବାର ଛୁଟି : ଡିସେମ୍ବରରୁ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ ଟ୍ୱିନସିଟି

ଆସନ୍ତା ଡିସେମ୍ବର ମାସରେ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ । ଏହି ସମୟରେ ସରକାରୀ କାର୍ଯ୍ୟାଳୟରେ କାମ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ (GAPG)। ଆସନ୍ତା ଡିସେମ୍ବର ମାସରେ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟ ଚାଲିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଟ୍ୱିନସିଟିରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି । ଅପରପକ୍ଷରେ ଶନିବାର ଦିନ ସାରା ରାଜ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।


ଭୁବନେଶ୍ୱର- କଟକରେ ଗ୍ରୁପ-ଏ ଅଧିକାରୀଙ୍କୁ ମିଶାଇ 75 ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଡିସେମ୍ବର ମାସରେ କାମ କରିବ । ତେବେ କେଉଁ ବିଭାଗର କେଉଁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟ ଆସିବେ ତାହା ଉପରିସ୍ଥ ଅଧିକାରୀ ନିଷ୍ପତି ନେବେ ।

ତେବେ ଏହି ଟ୍ୱିନ-ସିଟିରେ ଥିବା ଜରୁରୀକାଳୀନ ସେବା ଯେମିତି ଏସଆରସି, ଓଏସଡିଏମଏ କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ସଂସ୍ଥା କାର୍ଯ୍ୟାଳୟ ଶଙେ ପ୍ରତିଶତ କର୍ମଚାରୀଙ୍କୁ ନେଇ ସବୁ ଦିନ କାମ କରିବ ବୋଲି ବିଭାଗ ତା ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି । ସେହିପରି ଜୁନରେ ଜାରି ହୋଇଥିବା କୋଭିଡ୍ କଟକଣା ମାନି କାର୍ଯ୍ୟାଳୟ କାମ ହେବ ।

ଓଡ଼ିଶା ସରକାର

କୌଣସି କର୍ମଚାରୀଙ୍କ ଠାରେ କୋଭିଡ୍ ଚିହ୍ନଟ ହେଲେ ନିୟମ ମୁତାବକ ପଦକ୍ଷେପ ନିଆଯିବ । ଘରୁ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍ ଯୋଗାଇ ଦିଆଯିବ । ଡ୍ୟୁଟି ଦିଆଯାଇ ନଥିଲେ ଘରୁ କାମ କରୁଥିବା କର୍ମଚାରୀ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ଯାଇ ପାରିବ ନାହିଁ ଏପରିକି ସେମାନଙ୍କ ମୋବାଇଲ୍ ଫୋନ୍ ସବୁ ସମୟରେ କାମ କରିବା ଆବଶ୍ୟକ ବୋଲି ବିଭାଗ ନିର୍ଦ୍ଦେଶନାମାରେ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+