ମାଗଣାରେ ଚିକିତ୍ସିତ ହେବେ ରାଜ୍ୟର ହୃଦରୋଗ ଆକ୍ରାନ୍ତ ଶିଶୁ
ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ।
ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟର ଗରିବ ହୃଦରୋଗୀ ଶିଶୁମାନଙ୍କୁ ଏଣିକି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏନେଇ PMSRF ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ଅହମଦାବାଦର ସତ୍ୟ ସାଇ ହସ୍ପିଟାଲରେ ଆସନ୍ତା ଦୁଇ ବର୍ଷ ଲାଗି ରାଜ୍ୟର ଶିଶୁମାନଙ୍କର ମାଗଣା ଚିକିତ୍ସା କରାଯିବ । ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସବୁବେଳେ ପ୍ରତିଶୃତିବଦ୍ଧ ବୋଲି ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଠାରେ ସୂଚନାଥାଉକି, ସତ୍ୟ ସାଇ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣାରେ ହୃଦରୋଗ ଆକ୍ରାନ୍ତ ଶିଶୁମାନଙ୍କର ଚିକିତ୍ସା କରାଯିବ । ଏଥିପାଇଁ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ସାଇ ହାର୍ଟ ହସ୍ପିଟାଲରେ ଏଜାବତ୍ 1019 ଜଣ ଶିଶୁଙ୍କର ମାଗଣା ହୃଦରୋଗ ଚିକିତ୍ସା କରାଯାଇଛି । କୋଭିଡ୍ କଟକଣା ମଧ୍ୟରେ ଆଉ ଏକ ଶିଶୁଙ୍କ ବ୍ୟାଚକୁ ଚିକିତ୍ସା ଲାଗି ଖୁବଶୀଘ୍ର ପଠାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାପଡିଛି । ବୁଝାମଣାପତ୍ର ଅବଦ୍ଧି ବୃଦ୍ଧି ନେଇ ହୋଇଥିବା କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ଜଜ ଭିନୀତ ସରନ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି କଳ୍ପେଶ ଜାଭେରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ କୌଣସି ଅସୁବିଧା ହେବ ନାହିଁ ଏବଂ ସରକାର ସବୁବେଳେ ଦୁର୍ବଳଶ୍ରେଣୀ ଲୋକଙ୍କ ସେବାରେ ରହିଛନ୍ତି ବୋଲି ଏହି ଅବସରରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ।












Click it and Unblock the Notifications