ଏଣିକି ସରକାରୀ ଟ୍ୟାକ୍ସ ପ୍ରଦାନ କରିପାରିବେ ୟୁପିଆଇ ମାଧ୍ୟମରେ

ଏଣିକି ରାଜ୍ୟରେ ଟିକସ ପଇଠ କରିବା ବ୍ୟବସ୍ଥା ଆହୁରି ଅଧିକ ସହଜ ହୋଇ ପାରିବ । ନାଗରିକମାନେ ଏଣିକି ଇ-ରିସିପ୍ଟ ଜରିଆରେ ଅନଲାଇନ ମାଧ୍ୟମରେ ଟିକସ ପଇଠ କରି ପାରିବେ । ଏଥିପାଇଁ ରାଜ୍ୟ ସରକାର ଆଜି ଏକ ବୁଝାମଣା ସ୍ଵାକ୍ଷର କରିଛନ୍ତି । ଇ-ରିସିପ୍ଟ୍ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପାଇଁ ନୂତନ ମାଧ୍ୟମ ଯଥା କାର୍ଡ, ୟୁପିଆଇ ଆଇଡି, କୁ୍ୟଆର୍ କୋଡ୍ ଓ ଓ୍ୱାଲେଟ୍ ପ୍ରଚଳନ କରାଯାଇଛି । ଏଥି ସକାଶେ, ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ଇଣ୍ଡିଆନ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ପେମେଣ୍ଟ ଗେଟ୍େଓ୍ୱ ଯଥା ବିଲ୍ ଡେକ୍ସ ଓ ସିସି ଆଭେନୁ୍ୟର ସେବା ଗ୍ରହଣ କରିଛିା ଏହି ଉପଲକ୍ଷେ ରାଜ୍ୟ ସରକାର ଓ ଉପରୋକ୍ତ ଦୁଇ ଗୋଟି ବ୍ୟାଙ୍କ ମଧ୍ୟରେ ସେବାଭିତ୍ତିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଇ-ରିସିପ୍ଟ

ମୁଖ୍ୟମନ୍ତ୍ରୀଙ୍କ ୫-"ଟି' ମନ୍ତ୍ରକୁ ଆଧାର କରି ରାଜ୍ୟ ଅର୍ଥ ବିଭାଗ ସମନ୍ୱିତ ଆଥିର୍କ ପରିଚାଳନା ବ୍ୟବସ୍ଥା (ଆଇ.ଏଫ୍.ଏମ୍.ଏସ୍) ଅନ୍ତର୍ଗତ ଇ-ରିସିପ୍ଟ ଓ ଇ-ବିତରଣ ପ୍ରକ୍ରିୟାରେ ଇ-ଗଭର୍ଣ୍ଣାନ୍ସକୁ ତ୍ୱରାନ୍ୱିତ କରିବା ସହ ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏକାଧିକ ନୂତନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଏହି କ୍ରମରେ ପୁନଃସରଳୀକୃତ ଇଲୋକ୍ଟ୍ରୋନିକ୍ ରିସିଟ୍ ବ୍ୟବସ୍ଥା ଇ-ରିସିପଫ ୨.୦ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲୋକସେବା ଭବନରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଇ-ରିସିପ୍ଟ୍ ପ୍ରକ୍ରିୟାରେ ଜନସାଧାରଣ ସେମାନଙ୍କର ସରକାରୀ ଟିକସ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ପାଇଁ ନୂତନ ମାଧ୍ୟମ ଯଥା କାର୍ଡ, ୟୁପିଆଇ ଆଇଡି, କୁ୍ୟଆର୍ କୋଡ୍ ଓ ଓ୍ୱାଲେଟ୍ ପ୍ରଚଳନ କରାଯାଇଛି । ଏଥି ସକାଶେ, ଓଡ଼ିଶା ଟ୍ରେଜେରୀ ପୋର୍ଟାଲ ଇଣ୍ଡିଆନ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କର ପେମେଣ୍ଟ ଗେଟ୍େଓ୍ୱ ଯଥା ବିଲ୍ ଡେକ୍ସ ଓ ସିସି
ଆଭେନୁ୍ୟର ସେବା ଗ୍ରହଣ କରିଛିା ଏହି ଉପଲକ୍ଷେ ରାଜ୍ୟ ସରକାର ଓ ଉପରୋକ୍ତ ଦୁଇ ଗୋଟି ବ୍ୟାଙ୍କ ମଧ୍ୟରେ ସେବାଭିତ୍ତିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଅର୍ଥ ବିଭାଗ ଏହି ଇ-ରିସିପ୍ଟ୍ ୨.୦ ବ୍ୟବସ୍ଥାରେ ନୂତନ ଭାବେ ଯୋଡ଼ାଯାଇଥିବା ଦେୟ ପ୍ରଦାନର ମାଧ୍ୟମଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଚିବ ପ୍ରଦୀପ ଜେନା ଇ-ଗଭର୍ଣ୍ଣାନ୍ସର ପ୍ରଚଳନ ପାଇଁ ଅର୍ଥ ବିଭାଗର ପ୍ରଚେଷ୍ଟା ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । "ମୋ ସରକାର'ର ଲକ୍ଷ୍ୟକୁ ପାଥେୟ କରି, ଇଲେକ୍ଟ୍ରୋନିକ୍ ରିସିଟ୍ ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରି ଜନସାଧାରଣମାନଙ୍କ ପାଖରେ ଉତ୍ତମ ସେବା ପହଞ୍ଚାଇବାରେ ଅର୍ଥ ବିଭାଗର ପ୍ରଚେଷ୍ଟାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲ । ଏହି ସରକାରୀ କାର୍ଯ୍ୟକ୍ରମରେ ଟ୍ରେଜେରୀ ନିର୍ଦ୍ଦେଶକ ରୂପନାରାୟଣ ଦାସ, ଇଣ୍ଡିଆନ୍ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଓ ଆକ୍ସିସ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+