ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଷ୍ଟାଇପେଣ୍ଡ ବୃଦ୍ଧି କଲେ ସରକାର
ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଷ୍ଟାଇପେଣ୍ଡ ବୃଦ୍ଧି କଲେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକର ଛାତ୍ରଛାତ୍ରୀମାନେ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡର ସୁବିଧା ପାଇବେ ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର ଛାତ୍ରାବାସରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ସ୍କଲାରସିପ୍ ଅର୍ଥରେ ୧୦୦ଟଙ୍କା ବୃଦ୍ଧି କରାଯାଇଛି । ଅର୍ଥାତ ଝିଅମାନଙ୍କୁ ମାସିକ ୧୧୦୦ଟଙ୍କା ଓ ପୁଅଙ୍କୁ ୧୦୫୦ଟଙ୍କାର ସ୍କଲାରସିପ୍ ୧୦ମାସ ପର୍ଯ୍ୟନ୍ତ ମିଳିବ ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଡେ-ସ୍କଲାର ଛାତ୍ରଛାତ୍ର(ଷଷ୍ଠ ଓ ସପ୍ତମ ଶ୍ରେଣୀ)ଙ୍କୁ ବାର୍ଷିକ ୫୦୦ ଟଙ୍କା ସ୍କଲାରସିପ୍ ମିଳିବ । ଏବେ ଏହା ପୁଅଙ୍କ ପାଇଁ ୧୮୦ଟଙ୍କା ଓ ଝିଅଙ୍କ ପାଇଁ ୨୪୦ଟଙ୍କା ରହିଛି । ମାତ୍ର ସଂଶୋଧିତ ନିଷ୍ପତ୍ତି ଅନୁସାରେ ଉଭୟ ପୁଅ ଓ ଝିଅ ସମାନ ଭାବେ ୫୦୦ଟଙ୍କା ଷ୍ଟାଇପେଣ୍ଡ ପାଇବେ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାସିକ ୫୦୦ଟଙ୍କା ଷ୍ଟାଇପେଣ୍ଡ ମିଳିବ ।
ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂଚନା ଅନୁସାରେ, ଦରଦାମ ବୃଦ୍ଧି ଓ ଦୈନନ୍ଦିନ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ ହଷ୍ଟେଲ ଅନ୍ତେବାସୀ ଓ ଡେ-ସ୍କଲାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରି-ମାଟ୍ରିକ ସ୍କଲାରସିପ୍ ପରିମାଣକୁ ବୃଦ୍ଧି କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରୁ ଏହି ବର୍ଦ୍ଧିତ ସ୍କଲାରସିପ୍ ଲାଗୁ ହେବ ।
ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ (ହଷ୍ଟେଲରେ ରହୁଥିବା)ଙ୍କ ସ୍କଲାରସିପ୍ ପରିମାଣରେ ୧୦୦ଟଙ୍କା ବୃଦ୍ଧି ହୋଇଛି । ହଷ୍ଟେଲରେ ରହୁଥିବା ପୁଅମାନେ ୧୦୫୦ଟଙ୍କା ଓ ଝିଅମାନେ ୧୧୦୦ଟଙ୍କା ପ୍ରତିମାସରେ ପାଇବେ ତଥା ଏହା ୧୦ମାସ ପର୍ଯ୍ୟନ୍ତ ସେମାନଙ୍କୁ ମିଳିବ ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପଢ଼ୁଥିବା ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ବାର୍ଷିକ ସ୍କଲାରସିପ୍ ୫୦୦ଟଙ୍କା ଲେଖାଏଁ ମିଳିବ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଦେବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ହଷ୍ଟେଲରେ ରହୁଥିବା ଝିଅଙ୍କୁ ପକେଟ୍ ମନି( ସାନିଟାରୀ ନାପକିନ୍ ବାବଦରେ) ପାଇଁ ୫୦ଟଙ୍କା ମିଳିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications