ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର: ୩୮ ପ୍ରତିଶତ ବଢିଲା ଡ୍ୟୁଟି କଲ୍‌ ଅପ୍‌ ଭତ୍ତା

ରାଜ୍ୟର ଗୃହରକ୍ଷୀ (ହୋମଗାର୍ଡ) ମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସିଏ ବା ଡ୍ୟୁଟି କଲ୍‌ ଅପ ରେ ୩୮ପ୍ରତିଶତ ସରକାର ବୃଦ୍ଧି କରିଛନ୍ତି ।

ଭୁବନେଶ୍ବର: ରାଜ୍ୟର ଗୃହରକ୍ଷୀ (ହୋମଗାର୍ଡ) ମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସିଏ ବା ଡ୍ୟୁଟି କଲ୍‌ ଅପ ରେ ୩୮ପ୍ରତିଶତ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ୯୦୦୦ ମିଳୁଥିଲା । ଏବେ ସେମାନଙ୍କ ଡିସିଏ ଭାବରେ ମାସିକ ୧୨ ହଜାର ୨୮୦ ଟଙ୍କା ମିଳିବ । ଏହା ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବଭଳି ମିଳିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Home Guards

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ୍‌ ଅପ୍‌ ଭତ୍ତାରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+