ଗରିବଙ୍କୁ ସ୍ୱଚ୍ଛ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ, ୪୧ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଦେଲେ ନିଯୁକ୍ତି
ଗରିବ ଲୋକଙ୍କୁ ତ୍ୱରିତ ଓ ସ୍ୱଚ୍ଛ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଉଠାଇଛନ୍ତି ବଡ ପଦକ୍ଷେପ । ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ବର: ଗରିବ ଲୋକଙ୍କୁ ତ୍ୱରିତ ଓ ସ୍ୱଚ୍ଛ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଉଠାଇଛନ୍ତି ବଡ ପଦକ୍ଷେପ । ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଗରିବ ଲୋକମାନେ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କ ଉର୍ଦ୍ଦେଶ୍ୟରେ କହିଥିଲେ କି ଲୋକଙ୍କ ସେବା ପାଇଁ ହୃଦୟରୁ ଉତ୍ସଗିକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏକ ନ୍ୟାୟପୂର୍ଣ୍ଣ ଓ ସମାନ ସମାଜ ଗଠନରେ ଏହି କର୍ମଚାରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଥିବା ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ନ୍ୟାୟ ଏବଂ ସମାନ ସମାଜର ଦୃଷ୍ଟିକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି, ଆଜି ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ରାଜ୍ୟର ବିଭିନ୍ନ ଅଦାଲତରେ କାମ କରିଥିବା ଅଭିଜ୍ଞ ଲୋକ । ଗରିବ ଲୋକଙ୍କ ପାଇଁ ନ୍ୟାୟ ବିତରଣ କ୍ଷେତ୍ରରେ ସେମାନେ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି । ଏହି ନିଯୁକ୍ତି ଦ୍ୱାରା ଓଡିଶାରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆସିବା ସହ ଶୀଘ ଓ ସ୍ୱଚ୍ଛ ଢଙ୍ଗରେ ନ୍ୟାୟ ପ୍ରଦାନ ଦିଗରେ ଏହି କର୍ମଚାରୀମାନେ ସହାୟକ ହେବେ ବୋଳି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଶାରକାନ୍ତି ବେହେରା ନୁତନ ଭାବେ ନିଯୁକ୍ତି ପାଇଥିବା ଲୋକମାନଙ୍କୁ ସଚ୍ଚୋଟତା ଓ ସ୍ୱଚ୍ଛତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନ୍ୟାୟର ଶୀଘ୍ର ବିତରଣ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।












Click it and Unblock the Notifications