ବଢ଼ିଲା ମହଙ୍ଗା ଭତ୍ତା, ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ହେବେ ଉପକୃତ
ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ବଢ଼ିଲା ମହଙ୍ଗା ଭତ୍ତା । ଉଭୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ହେବେ ଉପକୃତ ।
ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ବଢ଼ିଲା ମହଙ୍ଗା ଭତ୍ତା । ଉଭୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ହେବେ ଉପକୃତ ।

୪ ପ୍ରତିଶତ ମହଙ୍ଗା ଭତ୍ତା ଓ ଟିଆଇ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୪% ରୁ ବଢ଼ି ମହଙ୍ଗା ଭତ୍ତା ୩୮% ଛୁଇଁଲା । ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା ।
ପୂର୍ବରୁ ରାଜ୍ୟ ସରକାର ଦଶହରା ଉତ୍ସବରେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି କରିଥିଲେ। ଦଶହରା ଉପହାର ଭାବେ ସେତେବେଳେ ୩ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଥିଲେ। ଯାହା ୩୧ ପ୍ରତିଶତରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ।












Click it and Unblock the Notifications