ଉଠା ଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠା ଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି।
ଭୁବନେଶ୍ବର: କରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ରାଜ୍ୟରେ ଗତ ମେ' ୫ ତାରିଖରୁ ଲକଡାଉନ ଘୋଷଣା କରାଯାଇଥିଲା। ଯାହାକୁ ପରେ ବୃଦ୍ଧି କରାଯାଇ ଜୁନ ୧୭ ତାରିଖ ଭୋର ୫ଟା ପର୍ଯ୍ୟନ୍ତ କରଯାଇଛି ।

ତେବେ ଏହି କଟକଣା ଯୋଗୁଁ ଛୋଟ ବଡ ବ୍ୟବସାୟୀଙ୍କ ଭଳି ଉଠା ଦୋକାନୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ଉଠା ଦୋକାନୀ ଏବେ ଦୁର୍ଦ୍ଦିନରେ ଅଛନ୍ତି। ଆଉ ଏହାକୁ ଦୃଷ୍ଟିରେ ରଖି ଉଠା ଦୋକାନୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠା ଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ଏହି ପ୍ୟାକେଜ୍ ଘୋଷଣା ଫଳରେ ରାଜ୍ୟର ୮୭ ହଜାର ୬୫୭ ଉଠା ଦୋକାନୀ ଉପକୃତ ହେବେ ବୋଲି କୁହାଯାଇଛି।












Click it and Unblock the Notifications