ବାତ୍ୟା ଜୱାଦ: ଶକ୍ତି ବିଭାଗର ପସ୍ତୁତି ସମ୍ପର୍କରେ ମନ୍ତ୍ରୀ ଓ ସଚିବନ ସମୀକ୍ଷା
ଭୁବନେଶ୍ବର: ଆଜି ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସମ୍ଭାବ୍ୟ ବାତ୍ୟା "ଜଓ୍ୱାଦ୍'ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି । ପୁରୀ ନିକଟ ଦେଇ ବାତ୍ୟା ଅତିକ୍ରମ କରିବାକୁ ଅନୁମାନ କରାଯାଉଥିବା ହେତୁ ପୁରୀରେ ବିଦୁ୍ୟତ ବ୍ୟବସ୍ଥା କ୍ଷତିଗ୍ରସ୍ତ ଆଶଙ୍କା ଥିଲେ ହେଁ ଗତ "ୟାସ୍' ବାତ୍ୟା ପରେ ବିଦୁ୍ୟତ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବା ହେତୁ ଅତି କମ୍ କ୍ଷତି ହେବାର ଅନୁମାନ କରାଯାଉଥିବା ସେ ଦର୍ଶାଇ ଥିଲୋ ତା'ଛଡ଼ା ଇତି ମଧ୍ୟରେ ପ୍ରାୟ ସମସ୍ତ ଏଲଟି ଲାଇନ୍ଗୁଡ଼ିକର ସୁଦୃଢ଼ୀକରଣ କରାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଯେ, ଖାଲୁଆ ଅଞ୍ଚଳ ପାଇଁ ଆଗୁଆ ଭାବେ ପାଣିପମ୍ପ ବ୍ୟବସ୍ଥା କରିବା, ଡିଜି ସେଟ୍ ଏବଂ ଆସ୍କା ଲାଇଟ୍ ଠୁଳ କରିବା ସହିତ ପୁନରୁଦ୍ଧାରକାର୍ଯ୍ୟରେ ନିୟୋଜନ ସକାଶେ ଟିମ୍ ଗଠନ, ଯାନ ପ୍ରସ୍ତୁତି ମୋବାଇଲ୍ ଚାର୍ଜର, ସାଟେଲାଇଟ୍ ଫୋନ୍ ଭଳି ବ୍ୟବସ୍ଥା ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲାା ଏଥି ସହିତ ଗ୍ରୀଡ଼୍କୋଠାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛିା ଅନୁରୂପ ଭାବେ ସମସ୍ତ ବିତରଣ କମ୍ପାନୀ ନିଜ ଅଧିନରେ ନିୟନ୍ତ୍ରଣ କକ୍ଷ ଖୋଲିଥିବା ବିଷୟ ସେ ଜଣାଇଥିଲୋ ବାତ୍ୟାକୁ ଆଖିରେ ରଖି ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିର ଏହି ପ୍ରସ୍ତୁତି ସମୀକ୍ଷା ବୈଠକରେ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ମୁଖ୍ୟ ନିର୍ବାହୀ ଅଧିକାରୀ, ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ, ଏସ୍ଏଲ୍ଡିସି, ଓଡ଼ିଶା ଶକ୍ତି ସଂଚାରଣ ନିଗମ, ପିଜିସିଆଇଏଲ୍, ଏନ୍ଟିପିସିର ଅଧିକାରୀମାନେ ଉପସ୍ଥିତ ଥିଲେ।












Click it and Unblock the Notifications