Get Updates
Get notified of breaking news, exclusive insights, and must-see stories!

ଫି' କମିଲା 12 ଶହରୁ ସିଧା 400 : ଘରୋଇ ଲ୍ୟାବରେ RTPCR ପରୀକ୍ଷା ପାଇଁ ନିର୍ଦ୍ଧାରିତ ହେଲା ନୂଆ ଦର

କରୋନା ପାଇଁ ଘରୋଇ ଲ୍ୟାବରେ କରାଯାଉଥିବା RTPCR ପରୀକ୍ଷାର ଦରକୁ ବଦଳାଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର : କରୋନା ପାଇଁ ଘରୋଇ ଲ୍ୟାବରେ କରାଯାଉଥିବା RTPCR ପରୀକ୍ଷାର ଦରକୁ ବଦଳାଇଛନ୍ତି ରାଜ୍ୟ ସରକାର । ଏଣିକି ପରୀକ୍ଷା ପାଇଁ 22 ଶହ ଟଙ୍କା ପରିବର୍ତ୍ତେ ଲୋକଙ୍କୁ ଦେବାକୁ ପଡିବ 4 ଶହ ଟଙ୍କା । ଜିଏସଟି ସହ ପରୀକ୍ଷା ବାବଦରେ ସର୍ବାଧିକ ଏହି 4 ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଫି ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।
ଏଠାରେ ସୂଚନାଥାଉକି, ପୂର୍ବରୁ ଘରୋଇ ଲ୍ୟାବରେ ପରୀକ୍ଷା କରିବା ପାଇଁ ଜୁଲାଇ ମାସରେ 22 ଶହ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଜିଏସଟିକୁ ମିଶାଇ ବିଭିନ୍ନ ଘରୋଇ ଲ୍ୟାବ୍ ଓ ହସ୍ପିଟାଲରେ ରୋଗୀମାନଙ୍କ ଠାରୁ 24 ଶହରୁ 26 ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଥିଲା ।

ଆରଟିପିସିଆର୍ ଟେଷ୍ଟ

ପରବର୍ତ୍ତି ସମୟରେ ଏହି ପରୀକ୍ଷାର ମୂଲ୍ୟକୁ ଅଗଷ୍ଟମାସରେ 12 ଶହ ଟଙ୍କା କରିଥିଲେ ରାଜ୍ୟ ସରକାର । ଏବେ ଏହାକୁ ପୁଣି କମାଇ 4 ଶହ ଟଙ୍କା କରିଛନ୍ତି ସରକାର । ଏଠାରେ କହି ରଖୁଛୁ ସମସ୍ତ ସରକାରୀ ଲ୍ୟାବରେ RT-PCR ପରୀକ୍ଷା ମାଗଣାରେ କରାଯାଉଛି । ରାଜ୍ୟରେ ଆଇସିଏମଆର୍ ଦ୍ୱାରା ମଞ୍ଜୁରୀ କରାଯାଇଥିବା 4ଟି ଲ୍ୟାବରେ RT-PCR ପରୀକ୍ଷା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+