For Quick Alerts
Turn On Notification  
For Daily Alerts
Oneindia App Download

ଫି' କମିଲା 12 ଶହରୁ ସିଧା 400 : ଘରୋଇ ଲ୍ୟାବରେ RTPCR ପରୀକ୍ଷା ପାଇଁ ନିର୍ଦ୍ଧାରିତ ହେଲା ନୂଆ ଦର

କରୋନା ପାଇଁ ଘରୋଇ ଲ୍ୟାବରେ କରାଯାଉଥିବା RTPCR ପରୀକ୍ଷାର ଦରକୁ ବଦଳାଇଛନ୍ତି ରାଜ୍ୟ ସରକାର ।

|

ଭୁବନେଶ୍ୱର : କରୋନା ପାଇଁ ଘରୋଇ ଲ୍ୟାବରେ କରାଯାଉଥିବା RTPCR ପରୀକ୍ଷାର ଦରକୁ ବଦଳାଇଛନ୍ତି ରାଜ୍ୟ ସରକାର । ଏଣିକି ପରୀକ୍ଷା ପାଇଁ 22 ଶହ ଟଙ୍କା ପରିବର୍ତ୍ତେ ଲୋକଙ୍କୁ ଦେବାକୁ ପଡିବ 4 ଶହ ଟଙ୍କା । ଜିଏସଟି ସହ ପରୀକ୍ଷା ବାବଦରେ ସର୍ବାଧିକ ଏହି 4 ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଫି ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।
ଏଠାରେ ସୂଚନାଥାଉକି, ପୂର୍ବରୁ ଘରୋଇ ଲ୍ୟାବରେ ପରୀକ୍ଷା କରିବା ପାଇଁ ଜୁଲାଇ ମାସରେ 22 ଶହ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଜିଏସଟିକୁ ମିଶାଇ ବିଭିନ୍ନ ଘରୋଇ ଲ୍ୟାବ୍ ଓ ହସ୍ପିଟାଲରେ ରୋଗୀମାନଙ୍କ ଠାରୁ 24 ଶହରୁ 26 ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଥିଲା ।

ଆରଟିପିସିଆର୍ ଟେଷ୍ଟ

ପରବର୍ତ୍ତି ସମୟରେ ଏହି ପରୀକ୍ଷାର ମୂଲ୍ୟକୁ ଅଗଷ୍ଟମାସରେ 12 ଶହ ଟଙ୍କା କରିଥିଲେ ରାଜ୍ୟ ସରକାର । ଏବେ ଏହାକୁ ପୁଣି କମାଇ 4 ଶହ ଟଙ୍କା କରିଛନ୍ତି ସରକାର । ଏଠାରେ କହି ରଖୁଛୁ ସମସ୍ତ ସରକାରୀ ଲ୍ୟାବରେ RT-PCR ପରୀକ୍ଷା ମାଗଣାରେ କରାଯାଉଛି । ରାଜ୍ୟରେ ଆଇସିଏମଆର୍ ଦ୍ୱାରା ମଞ୍ଜୁରୀ କରାଯାଇଥିବା 4ଟି ଲ୍ୟାବରେ RT-PCR ପରୀକ୍ଷା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha During Covid 19 Rt Pcr Test Price Reduced to Rs 400 at All Private Labs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X