ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ଫସଲ ସୁରକ୍ଷା ସୁନିଶ୍ଚିତ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭାରତୀୟ ପାଣିପାଗ କେନ୍ଦ୍ରର ସ୍ବତନ୍ତ୍ର ବୁଲେଟିନ୍‌ ମୁତାବକ ଦକ୍ଷିଣ ଥାଇଲାଣ୍ଡ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁପାତ ବଳୟ ସୃଷ୍ଟି ହୋଇଛି। ଯାହା ଆଗାମୀ ଦୁଇଦିନ ମଧ୍ୟରେ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ। ଦୁଇ ତାରିଖରେ ବଙ୍ଗୋପସାଗରରେ ପ୍ରବେଶ କରି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତର ରୁପ ନେଇପାରେ ଏବଂ ତିନି ତାରିଖ ବେଳକୁ ତାହା ବାତ୍ୟାର ରୂପ ନେଇପାରେ।

cyclone SRC PK Jena

ଉତ୍ତର ପଶ୍ଚିମ ଆଡକୁ ଗତି କରି ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ଉପକୂଳ ଆଡକୁ ମୁହାଁଇବ। ଚାରି ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁପାରେ। ତେବେ ପାଣିପାଗ ବିଭାଗ ପକ୍ଷରୁ ଏହାର ସବିଶେଷ ଆକଳନ ହୋଇନାହିଁ। ଘଣ୍ଟାକୁ ୯୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଦୁଇ ତାରିଖ ପରଠାରୁ ବର୍ଷା ହୋଇପାରେ ଏବଂ ତିନି ଓ ଚାରି ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ।

ଏହିସବୁ ଜିଲ୍ଲାଗୁଡିକୁ ସତର୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏକ ତାରିଖ ପରଠାରୁ ମତ୍ସ୍ଯଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି। ମତ୍ସ୍ଯଜୀବୀ ମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମୁଖ୍ଯ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ବିଭାଗୀୟ ସଚିବମାନଙ୍କ ସହ ସମ୍ଭାବ୍ଯ ବାତ୍ୟା ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଶେଷ କରି ଅମଳ ହୋଇଥିବା ଏବଂ ଅମଳ ହେବାକୁ ଥିବା ଫସଲକୁ ଯେପରି ଚାଷୀ ଭାଇମାନେ ରକ୍ଷଣାବେକ୍ଷଣ କରିପାରିବେ ସେଥି ସମ୍ପର୍କିତ ଉପଦେଶ ଯଥାଶୀଘ୍ର ସେମାନଙ୍କ ନିକଟକୁ ପହଁଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ଯ ବାତ୍ୟା ପରିପ୍ରେକ୍ଷୀରେ କୃଷି ବିଭାଗ ପକ୍ଷରୁ ଫସଲ ସୁରକ୍ଷା ନିମନ୍ତେ କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ବ୍ୟବସ୍ଥା କରାଯାଉଛି। ଅମଳ ଯୋଗ୍ୟ ଫସଲକୁ ଉପଯୁକ୍ତ ଯତ୍ନ ନେବା ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଅମଳ ହୋଇଥିବା ଓ ଅମଳ ହେବାକୁ ଥିବା ଫସଲର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନେବାକୁ କୃଷି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆସନ୍ତା କାଲି ଏସ୍‌ଆର୍‌ସି ଓ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ବାତ୍ୟା ମୁକାବିଲା ସମ୍ବନ୍ଧରେ ଆଲୋଚନା କରିବେ। ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+