ଓ-ହବ୍ ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନ କେନ୍ଦ୍ର ଉଦଘାଟନ କଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓ-ହବ୍ ଷ୍ଟାର୍ଟ ଅପ୍ ଓଡ଼ିଶା ଇନକ୍ୟୁବେସନର ଉଦଘାଟନ କରିଛନ୍ତି। ଏହି ଷ୍ଟାର୍ଟ ଅପ କେନ୍ଦ୍ର ନିର୍ମିତ ହୋଇଛି ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ। ଉଦଘାଟନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବେଶ ସହାୟକ ହୋଇପାରିବ। ରାଜ୍ୟ ସରକାର ଘରୋଇ ପୁଞ୍ଜି ନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି।

Start up odisha

ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ ଅବସରରେ ସେ ଆହୁରି କହିଛନ୍ତି ଯେ, ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍ ସହାୟକ ହେବ। ଖୁବଶୀଘ୍ର ୨୦୦ ଯୁବ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ମିଳିବ । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍‌ ବହୁତ ଉପାଦେୟ ହୋଇପାରିବ । ରାଜ୍ୟରେ ଷ୍ଟାର୍ଟଅପର ଇକୋ ସିଷ୍ଟମ୍ ବାତାବରଣକୁ ଏହା ଅଧିକ କ୍ରିୟାଶୀଳ କରିବ ।

Naveen Patnaik

ଅଧିକ ସଂଖ୍ୟକ ମହିଳା କିପରି ଉଦ୍ୟୋଗୀ ହୋଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ରାଜ୍ୟର ରାଉରକେଲା, ଭୁବନେଶ୍ବର, କଟକରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ବତନ୍ତ୍ର ସେଣ୍ଟର କରାଯାଇଛି। ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରିନିଅନସିପ୍‌କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଔଡ୍ୟାଗିକତା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+