ବାତ୍ୟା ଜୱାଦ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ବାତ୍ୟା ଜୱାଦ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- ବାତ୍ୟା ଜୱାଦ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- ଓଡ୍ରାଫ୍, ଏନ୍.ଡି.ଆର.ଏଫ୍ ଓ ଅଗ୍ନିଶ୍ରମ ସେବା ସଂସ୍ଥା ଟିମ୍ ପ୍ରସ୍ତୁତ
- ପାଚିଲା ଫସଲ, ପରିବାପତ୍ର ଅମଳକରି ନିରାପଦ ସ୍ଥାନକୁ ନେବାକୁ ପରାମର୍ଶ
ଭୁବନେଶ୍ୱର: ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ଥିବାରୁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂ ରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବ । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ। ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ୍, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସିଧା ସଳଖ କଥା ହୋଇଥିଲେ।

ତିନି ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍ଙ୍କୁ ପୂର୍ବରୁ କାର୍ଯ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନାଦେବା, ଆସନ୍ନପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
'ଜଓ୍ୱାଦ୍ଦଦ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ପାଇଁ ଶ୍ରୀ ମହାପତ୍ର ନିର୍ଦ୍ଦେଶ ଦେଇଥିଲେ । ପାଚି ଯାଇଥିବା ଫସଲ ଏବଂ ପରିପକ୍ୱ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ଯେ ଇତି ମଧ୍ୟରେ ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ଏବଂ ଫାୟାର ସର୍ଭିସ୍ ଟିମ୍ମାନଙ୍କୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦୮ ଓଡ୍ରାଫ୍ ଓ ଏନ୍.ଡି.ଆର.ଏଫ୍ ଟିମ୍ ଏବଂ ୨୦୦ ଫାୟାର ସର୍ଭିସ୍ ଟିମ୍ଙ୍କୁ ଆବଶ୍ୟକତା ଅନୁସାରେ ପୂର୍ବ ମୃତୟନ କରାଯିବ ।
ଉନ୍ନୟନ କମିଶନର ଶ୍ରୀ ଜେନା ୮-ସୁତ୍ରୀ ଚେକ୍ ଲିଷ୍ଟ ବିଷୟରେ ସୂଚନା ଦେଇଥିଲେ । ଜିଲ୍ଲା, ବ୍ଲକ୍ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ବିଭାଗ ଏବଂ ଜନପ୍ରତିନିଧିଙ୍କୁ ସାମିଲ୍ କରି ତୁରନ୍ତ ସମନ୍ୱୟ ବୈଠକ କରିବା, ଆବଶ୍ୟକତା ଅନୁସାରେ ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଜଣେ ଅଭିଜ୍ଞ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିବା, ସ୍ଥାନାନ୍ତର ହେଉଥିବା ଲୋକ, ଶିଶୁ ଓ ପିଲାମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ଉପଲବ୍ଧ ନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ମାନଙ୍କରେ ପାଇଖାନା ଓ ଗାଧୁଆଘର ଆଦି ପରିସ୍କାର ପରିଚ୍ଛନ୍ନର ବ୍ୟବସ୍ଥା କରିବା, ଆଶ୍ରୟସ୍ଥଳୀ ମାନଙ୍କରେ କୋଭିଡ୍ ନିୟମ ଅନୁପାଳନ ନିଶ୍ଚିତ କରାଇବା, ଆଶ୍ରୟ ସ୍ଥଳୀମାନଙ୍କରେ ପ୍ରାଥମିକ ଉପଚାର ବ୍ୟବସ୍ଥା ଏବଂ ତାହାର ସଠିକ୍ ବ୍ୟବହାର ନିମନ୍ତେ ଅଭିଜ୍ଞ ସ୍ୱେଚ୍ଛାସେବୀ ନିୟୋଜନ କରିବା, ପ୍ରତି ଆଶ୍ରୟସ୍ଥଳୀ ପାଇଁ ଜଣେ ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀ, ଅଙ୍ଗନାବାଡ଼ି ସହାୟିକା, ମହିଳା ହୋମ୍ଗାର୍ଡଙ୍କୁ ପୂର୍ବ ମୁତୟନ କରିବା, ଏବଂ, ଆସନ୍ନ ପ୍ରସବ ମାଦମାନଙ୍କୁ ଆଗୁଆ ନିକଟବର୍ତ୍ତୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବା ଆଦି ବିଷୟରେ ଏହି ୮-ସୁତ୍ରୀ ଚେକ୍ ଲିଷ୍ଟରେ କୁହାଯାଇଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications