Get Updates
Get notified of breaking news, exclusive insights, and must-see stories!

ଓମିକ୍ରନ ମୁକାବିଲା: ସମସ୍ତ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଓମିକ୍ରନର ସଂକ୍ରମଣହାର ଅଧିକ ହୋଇଥିବାରୁ ସମସ୍ତେ ଶିଘ୍ର ଟିକା ନେବା ଜରୁରୀ ବୋଲି କହିଲେ ମୁଖ୍ୟ ଶାସନ ସଚିବ। ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ, ଗ୍ରାମୱାରୀ ଟିକାକରଣ-ସୂଚୀ ଆଗୁଆ ଗ୍ରାମମାନଙ୍କୁ ଜଣାଇବାପାଇଁ ପରାମର୍ଶ। ଦୈନିକ ୭୦,୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ

omicron review

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ବିଭିନ୍ନ ଜିଲ୍ଲାରେ କୋଭିଡ଼୍ ସ୍ଥିତି ବିଷୟ ଅନୁଧ୍ୟାନକରି କହିଛନ୍ତି ଯେ ଓମିକ୍ରନର ସଂକ୍ରମଣହାର ଅଧିକ ଏବଂ କୋଭିଡ୍ର ଏହି ରୂପାନ୍ତରିତ ଭାଇରସ୍ ବିଷୟରେ ଦୈନିକ ନୂତନ ଅଧ୍ୟୟନ ତଥ୍ୟ ଆସୁଛି । ତେଣୁ ନିଜ ନିଜର ସୁରକ୍ଷାପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି ଶିଘ୍ର କୋଭିଡ୍ ଟିକା ନେଇଯିବା ଜରୁରୀ । ଜାନୁଆରୀ ୧୫ ତାରିଖ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ନିମନ୍ତେ ଲକ୍ଷଭେଦୀ ଗ୍ରାମୱାରୀ କାର୍ଯ୍ୟକ୍ରମ କରିବାକୁ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ଅଧିକାରୀ, ଟିକାକରଣ ଟିମ୍, ବ୍ଲକ୍ ଓ ପଂଚାୟତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବଢ଼ୁଥିବା ଓମିକ୍ରନ୍ ସ୍ଥିତି ଦୃଷ୍ଟିରୁ ସମସ୍ତ ସରକାରୀ ହସ୍ପିଟାଲ୍ ଯଥେଷ୍ଟ ଓୗଷଧ, ଅକ୍ସିଜେନ୍ ସିଲିଣ୍ଡର, ବେଡ୍, ଆଇ.ସି.ୟୁ., ଭେଣ୍ଟିଲେଟର ଓ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଘରୋଇ ହସ୍ପିଟାଲ୍ମାନଙ୍କ ସହ ଯୋଗାଯୋଗ କରି ଯେକୌଣସି ସମୟରେ ସେମାନଙ୍କର ସହଯୋଗ ନିଆଯିବ, ଏବଂ ସେଥିପାଇଁ ସେମାନେ ପ୍ରସ୍ତୁତ ରହିବା ଦରକାର ବୋଲି ଆଗୁଆ ଜଣାଇଦେବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ହସ୍ପିଟାଲ୍ ମାନଙ୍କରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ୍ଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତ୍ୱରାନ୍ୱିତ ଟିକାକରଣ ପାଇଁ ଗ୍ରାମଓ୍ୱାରୀ ଟିକାକରଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସହ ଗ୍ରାମପଂଚାୟତ, ୱାର୍ଡ୍ ମେମ୍ବର, ଅଙ୍ଗନାବାଡ଼ି, ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଆଗୁଆ ଗ୍ରାମବାସୀମାନଙ୍କୁ ଜଣାଇଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ହେଲେ ସାଧାରଣତଃ ବିଭିନ୍ନ କର୍ମରେ ନିୟୋଜିତ ଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକାନେବାପାଇଁ ନିଜର ସୁବିଧା କରିପାରିବେ । ଟିକାକରଣଦଳ ସହ ମଧ୍ୟ ଲୋକମାନେ ଯୋଗାଯୋଗ କରିପାରିବେ।

Covid Meeting Chief secretary

ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜ କୁମାର ଶର୍ମା କୋଭିଡ୍ ସ୍ଥିତି ବିଷୟ ଉପସ୍ଥାପନ କରିବାସହ ବ୍ୟାପକ କୋଭିଡ୍ ପରୀକ୍ଷା, ସଚେତନତା ଏବଂ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମଗ୍ର ରାଜ୍ୟରେ ଦୈନିକ କୋଭିଡ୍ ସାମ୍ପୁଲ୍ ପରୀକ୍ଷାକୁ ୭୦,୦୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ଶ୍ରୀ ଶର୍ମା କହିଥିଲେ । ସେହି ଅନୁସାରେ ବିଭିନ୍ନ ଜିଲ୍ଲାପାଇଁ ଦୈନିକ ନମୁନା ପରୀକ୍ଷା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ।
ବହୁ ଲୋକଙ୍କ ସଂପର୍ଶରେ ଆସୁଥିବା ବୁଲାବିକାଳୀ, ଦ୍ୱାରଦେଶ ଯୋଗାଣକାରୀ(ଡେଲିଭରି ମ୍ୟାନ୍), ଦୋକାନୀ, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ, ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି କର୍ମରେ ଯୋଗଦେଉଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଇବାପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ନିୟମ କଡାକଡି ପାଇଁ ନିର୍ଦ୍ଦେଶ:

ବିବାହ, ବ୍ରତ ଓ ଅନ୍ତେଷ୍ଟିକ୍ରିୟା ଆଦିରେ ଅଂଶଗ୍ରହଣ ନିମନ୍ତେ ନିର୍ଦ୍ଧାରିତ ସଂଙ୍ଖ୍ୟାର ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ଓ ପୋଲିସ୍ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବଜାର, ଶିଳ୍ପାଞ୍ଚଳ, ବସ୍ଷ୍ଟାଣ୍ଡ ଏବଂ ଭିଡ଼ ସ୍ଥାନମାନଙ୍କରେ ପ୍ରତୀମାତ୍ମକ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସୁବିଧା ସହ ଆର.ଟି.ପି.ସି.ଆର ଟେଷ୍ଟ ନିମନ୍ତେ ନମୁନା ସଂଗ୍ରହ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା କରାଗଲେ ସଚେତନ ଲୋକମାନେ ନିୟମିତ ଭାବେ ନିଜ ତଥା ନିଜ ପରିବାର ସଦସ୍ୟମାନଙ୍କର ପରୀକ୍ଷା କରାଇନେଇ ପାରିବେ। ଓମିକ୍ରନରେ ବାହାର ରାଜ୍ୟରୁ ବହୁଲୋକ ଓଡ଼ିଶାକୁ ଫେରିଆସିବାର ସମ୍ଭାବନା ଥିବାରୁ ପ୍ରତି ଜିଲ୍ଲାରେ ଆବଶ୍ୟକ ସଂଙ୍ଖ୍ୟକ ଏକାନ୍ତବାସ(ଆଇସୋଲେସନ୍) କେନ୍ଦ୍ର ଚିହ୍ନଟ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

ରାଜ୍ୟରେ କୋବିଡ ଟୀକାକରଣର ବର୍ତ୍ତମାନ ସ୍ଥିତି:


ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୯.୮ ପ୍ରତିଶତ ସ୍ୱାସ୍ଥ୍ୟସେବା କର୍ମୀ ଏବଂ ଆଗଧାଡ଼ିର କର୍ମୀମାନେ ଟିକା ନେଇସାରିଛନ୍ତି। ୧୮ ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୮୮.୨ ପ୍ରତିଶତ ପ୍ରଥମ ଡୋଜ୍, ଏବଂ ତାହାର ୮୬ ପ୍ରତିଶତ ୨ୟ ଡୋଜ୍ ନେଇସାରିଛନ୍ତି। ବାକି ରହିଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଘରକୁ ଘର ଚିହ୍ନଟ ସର୍ଭେ, ଏବଂ ଗ୍ରାମକୁ ଗ୍ରାମ ଟିକାକରଣ ଅଭିଯାନକୁ ଅଧିକ ସଘନ କରାଯାଇଛି।

ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଆର.ଟି.ପି.ସି.ଆର. ଟେଷ୍ଟ--୭ଦିନ ଏକାନ୍ତ ବାସ-- ପୁନଶ୍ଚ ଆର.ଟି.ପି.ସି.ଆର. ଟେଷ୍ଟ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ବିଦେଶାଗତ ଲୋକମାନଙ୍କର ପ୍ରଥମ ପରୀକ୍ଷାରେ ନେଗେଟିଭ୍ ଫଳାଫଳ ହେଲେବି ୭ ଦିନ ଏକାନ୍ତବାସ, ଏବଂ ୭ ଦିନ ଶେଷରେ ୮ମ ଦିନ ପୁନଶ୍ଚ ପରୀକ୍ଷା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+