Get Updates
Get notified of breaking news, exclusive insights, and must-see stories!

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କୋଭିଡ୍ ସମୀକ୍ଷା, ସରକାରୀ ଓ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲ୍ସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିଶନର, ସରକାରୀ ଏବଂ ଘରୋଇ ହସ୍ପିଟାଲ୍ମାନଙ୍କ ସହ ସିଧାସଳଖ ଆଲୋଚନା କରି ଏକ ସପ୍ତାହ ମଧ୍ୟରେ ସମସ୍ତ ବେଡ୍, ଆଇ.ସି.ୟୁ, ଆମ୍ବୁଲାନ୍ସ୍, ଆଦି ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ଆକ୍ରାନ୍ତମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ନିମନ୍ତେ ତାଲିମ୍ପ୍ରାପ୍ତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସହାୟକ ଷ୍ଟାପ୍ମାନଙ୍କୁ ମୁତୟନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

Covid Review Odisha

ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ପ୍ରୋଟକଲ୍ ଅନୁଯାୟୀ ରାପିଡ୍ ରେସ୍ପନ୍ସ୍ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ୍ ଆଦି ସଠିକ୍ ଭାବେ ନିୟୋଜିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଟେଷ୍ଟିଂ, ଟ୍ରାକିଂ,ଏବଂ ଟ୍ରିଟ୍ମେଣ୍ଟ ନିମନ୍ତେ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କର୍ମକ୍ଷମ ରଖିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଘରୋଇ ହସ୍ପିଟାଲ୍, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳମାନଙ୍କ ମଧ୍ୟରେ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ସଦ୍ୟତନ ଗାଇଡ୍ଲାଇନ୍ ପଠାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନାରେ ସମ୍, କିମ୍ସ୍, ହାଇଟେକ୍, ଆଦିତ୍ୟ-ଅଶ୍ୱନୀ ଆଦି ବଡ଼ ବଡ଼ ହସ୍ପିଟାଲ୍ ଚେନ୍-ର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ କେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଜଣାଇଥିଲେ ।

  • ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କୋଭିଡ୍ ମୁକାବିଲା ପ୍ରସ୍ତୁତି ସମୀକ୍ଷା
  • କୋଭିଡ୍ ପ୍ରୋଟୋକଲ ଅନୁସାରେ ସମସ୍ତ ବ୍ୟବସ୍ଥା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ
  • ପୂର୍ବଥର ପରି ଘରୋଇ ହସ୍ପିଟାଲ୍ ମାନଙ୍କୁ ସାମିଲ୍ କରାଗଲା
  • ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ

ଆଲୋଚନାରୁ ଜଣାପଡ଼ିଥିଲାଯେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଂଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗିର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକରିବ । ଏହା ଛଡ଼ା ସମସ୍ତ ସରକାରୀ ହସ୍ପିଟାଲ୍ରେ କୋଭିଡ୍ ଚିକିତ୍ସାର ବ୍ୟବସ୍ଥା ରହିବ । ଆକ୍ରାନ୍ତମାନଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ୍ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ । ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଜଣାଇଥିଲେ ଯେ କୋଭିଡ୍ର ୨ୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା । ତା'ଛଡ଼ା ସରକାରୀ ହସ୍ପିଟାଲ୍ମାନଙ୍କରେ କୋଭିଡ଼୍ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ୨ୟ ଲହର ସମୟରେ ଅସ୍ତାୟୀ ମେଡିକାଲ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ଆଦିରେ ପ୍ରାୟ ୯୪,୦୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା । ଆଇ.ସି.ୟୁ. ଏବଂ ଏଚ୍.ଡି.ୟୁ. ମାନଙ୍କରେ ପ୍ରାୟ ୩୫୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା; ଏବଂ, ୧୧୦୨ ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+