For Quick Alerts
Turn On Notification  
For Daily Alerts
Oneindia App Download

ଓଡିଶା: ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ ବୁକ ଅପଡେଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

By Staff
|

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Odisha secretariat

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ-ସର୍ଭିସ୍ବୁକ୍ ସରକାରୀ କର୍ମଚାରୀ ମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନ୍ସନ୍ ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ । ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ । ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ବୁକ୍ କାର୍ଯ୍ୟର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟିହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୁର୍ତ୍ତ , କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ଯ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ୍ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ ସଦ୍ୟତନ କରାସରିଛି । ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରଖ, ଝାରସୁଗୁଡ଼ା, କୋରାପୁଟ, ମାଲ୍କାନାଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ୟଶେଷ କରିଛନ୍ତି । ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ବୁକ୍ ସଫଟ୍ଓୟାର ର କାର୍ଯ୍ୟକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ୟ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା । ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେବୁର ଆଶୁ ସମାଧାନ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Chief secretary orders to update E-service book of all State govt employees by end of November, 2021
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X