କ୍ୟାବିନେଟ୍ ବୈଠକ: ୯ଟି ପ୍ରସ୍ତାବ ଉପରେ ମୋହର, SC/ST ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନା
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା ବୈଠକ ।
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା ବୈଠକ ।
SC/ST ଛାତ୍ରଛାତ୍ରୀଙ୍କ ପାଇଁ ଜାରି ରହିବ ଅନ୍ୱେଷା ଯୋଜନା। ୫ବର୍ଷରେ ଯୋଜନାରେ ସାମିଲ ହେବେ ୨୫ହଜାର ଛାତ୍ରଛାତ୍ରୀ । ଏଥିପାଇଁ ୫୬୯କୋଟି ୯୦ଲକ୍ଷ ଟଙ୍କାର ବ୍ୟୟ ଆକଳନ।

ସେହିପରି କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍ଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ । ଏଥିପାଇଁ ସୁବ୍ରତ ବାଗ୍ଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗ୍ଚୀ ୨୧୦ କୋଟି ଟଙ୍କା ପ୍ରଦାନ କରିବେ । ଏହା ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍ଫୋସିଟି ଅଞ୍ଚଳରେ ୨୦ଏକର ଜମି ଯୋଗାଇ ଦିଆଯିବ । ପ୍ରଥମେ ୨୫୦ ବେଡ ଓ ପରେ ୫ଶହ ବେଡର ହସ୍ପିଟାଲରେ ପରିଣତ କରାଯିବ।
ଭୁବନେଶ୍ବରରେ ପାଲିଏଟିଭ୍ କେୟାର ହସ୍ପିଟାଲ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବାଗଚି କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମିଳିତ ଭାବେ ଏହାକୁ ଭୁବନେଶ୍ବରରେ ନିର୍ମାଣ କରିବେ। ଏଥିପାଇଁ ବାଗଚି ଦମ୍ପତି ୧୩୦ କୋଟି ଟଙ୍କା ପ୍ରଦାନ କରିବେ। ଇନଫୋଭ୍ୟାଲି ନିକଟରେ ସରକାର ଏଥିପାଇଁ ୨୦ ଏକର ଜମି ଯୋଗାଇ ଦେବେ। ଏଥିରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ।
ସେହିଭଳି ଓଡ଼ିଶା ଖଣିଜ ପଦାର୍ଥ ଚୋରି ଓ ବେଆଇନ କାରବାର ନିରାକରଣ ସଂଶୋଧନ ଅଧିନିୟମ ୨୦୨୧କୁ ମଧ୍ୟ କ୍ୟାବିନେଟ ମୋହର ବାଜିଛି। ଏହାଦ୍ବାରା ରାଜ୍ୟରେ ଖଣିଜ ପଦାର୍ଥ ଚୋରି, ଚୋରାଚାଲାଣ ଏବଂ ଖଣି ସଂପର୍କିତ ବେଆଇନ କାରବାରରେ ଅଙ୍କୁଶ ଲାଗିବ।












Click it and Unblock the Notifications