କ୍ୟାବିନେଟ ନିଷ୍ପତ୍ତି: ଜାଗା ମିଶନରେ ୫ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ଜାଗା ଦେବେ ସରକାର

ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଯୋଗାଇ ଦେବେ ଜାଗା। ଆଜି କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂଣ୍ଣ ବୈଠକ ଶେଷ । ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ । ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଯୋଗାଇ ଦେବେ ଜାଗା। ଆଜି କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

Odisha Cabinet

ସେ କହିଛନ୍ତି, ରାଜ୍ୟର ୫ ମହାନଗର ନିଗମ- ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୯୩୮ଟି ବସ୍ତିରେ ରହୁଥିବା ପ୍ରାୟ ୧ଲକ୍ଷ ୯୦ ହଜାର ପରିବାର ଏହା ଦ୍ୱାରା ଉପକୃତ ହେବେ। ଅର୍ଥାତ୍ ପ୍ରାୟ ୮ ଲକ୍ଷ ୫୮ ହଜାର ଲୋକ ଏଥିରୁ ଉପକୃତ ହେବେ। ଆସନ୍ତା ୬ ମାସ ଭିତରେ ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବ।

ସୂଚନାଥାଉ କି, ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ " ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନର ପରିସରଭୁକ୍ତ ହୋଇଥିଲେ ।

ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ୍‌ସ ଟୁ ସ୍ଲମ ଡ୍ୱେଲର୍ସ ଆକ୍ଟ ୨୦୧୭ ଅନୁଯାୟୀ ସାରା ରାଜ୍ୟରେ ଥିବା ୧୦୯ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳରେ ବସ୍ତିରେ ରହୁଥିବା ଲୋକଙ୍କୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରେ ୧ଲକ୍ଷ ୭୫ ହଜାର ପରିବାର ଲାଭବାନ ହୋଇସାରିଛନ୍ତି। କିନ୍ତୁ ମହାନଗର ନିଗମ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନଥିଲା। ତେଣୁ ଏବେ ମହାନଗର ନିଗମରେ ବସ୍ତିରେ ରହୁଥିବା ଲୋକମାନଙ୍କୁ ଏହି ନିୟମ ଅନୁଯାୟୀ ଜମି ଯୋଗାଇ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+