ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି, ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ
ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଥିରେ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ।
ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଥିରେ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଏଥିପାଇଁ ସରକାର ବାର୍ଷିକ ୧୨୬ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଶିକ୍ଷକମାନଙ୍କ ସହିତ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନୂତନ ବେତନ ପାଇବେ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଶିକ୍ଷକ ଉପକୃତ ହେବେ।
ଏହାଛଡା କ୍ୟାବିନେଟ ବୈଠକରେ ୯ଟି ନିଷ୍ପତ୍ତି ଉପରେ ମୋହର ବାଜିଛି । ରାଜ୍ୟର ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବେ ସରକାର। ଏହାଦ୍ୱାରା ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ସେହିପରି ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି। ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହେବ। ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ ଆଇନରେ ବ୍ୟବସ୍ଥା ରହିଛି। ତା'ସହିତ ଏଣିକି ପଞ୍ଚାୟତ ପ୍ରତିନିଧି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ବି କରିବେ।












Click it and Unblock the Notifications