ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କୃତି ଏବେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀରେ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଭୁବନେଶ୍ୱର : ଓଡ଼ିଆ ଜାତୀୟତା ଭାବକୁ ସୁଦୃଢ଼ କରିବା ସହ କୋଟି କୋଟି ଓଡି଼ଆ ଜାତିର ମହାନତାକୁ ପରିଚିତ କରାଉଥିବା ସଙ୍ଗୀତ ହେଉଛି 'ବନ୍ଦେ ଉତ୍କଳ ଜନନୀ' । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି କାଳଜୟୀ କୃତି ଏବେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀରେ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବନ୍ଦେ ଉତ୍କଳ ଜନନୀ
ସୂଚନାଥାଉକି, ନିକଟରେ ରାଜ୍ୟ ସରକାର 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି । କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣେଇବା ପାଇଁ ସାରା ବିଶ୍ୱରେ ଗତ ମେ 30 ତାରିଖରେ ସମସ୍ତେ ଏକା ସାଙ୍ଗରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଥିଲେ । ଏବେ ଏହି ସଙ୍ଗୀତରେ ଆଉ ଏକ ପାଦ ଆଗକୁ ବଢିଛନ୍ତି ରାଜ୍ୟ ସରକାର । ସ୍କୁଲ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦେଇଛନ୍ତି । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତା ଭାବକୁ ସୁଦୃଢ କରିବା ଓ ଏ ଜାତିର ମହାନତା ବିଷୟରେ ଅବଗତ କରାଇବା ଏହି ସଙ୍ଗୀତର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+