ପାଞ୍ଚ ବୃହତ ପ୍ରକଳ୍ପକୁ ମଞ୍ଜୁରୀ: ସୃଷ୍ଟି ହେବ 31,979 ନିଯୁକ୍ତି

ପାଞ୍ଚଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । 92 ହଜାର 713 କୋଟି ଟଙ୍କାର ଏହି ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରେ ପ୍ରାୟ 31 ହଜାର 979 ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ଓଡିଶାର ଶିଳ୍ପର ବିକାଶ ଓ ନିବେଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହାକୁ ନେଇ ପାଞ୍ଚଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । 92 ହଜାର 713 କୋଟି ଟଙ୍କାର ଏହି ବୃହତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏଥିରେ ପ୍ରାୟ 31 ହଜାର 979 ନିଯୁକ୍ତି ସୃଷ୍ଟି ହେବ । ଫ୍ଲାଇଆସ, ଲୁହା, ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ, ରୋଲ୍ଡ ପ୍ରଡକ୍ସ ସହିତ ସିମେଣ୍ଟ ଓ ଅନ୍ୟାନ ଶିଳ୍ପରୁ ସ୍ଲାଗ ଓ ଫ୍ଲାଇଆସ ଭଳି ସିମେଣ୍ଟ ବ୍ୟବହୃତ ସାମଗ୍ରୀ ଉତ୍ପାଦନ ପ୍ରକଳ୍ପ ଏଥିରେ ସାମିଲ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ 24 ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦିଆଯାଇଛି ।

ନବୀନ ପଟ୍ଟନାୟକ
ଯେଉଁ ପାଞ୍ଚଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ସେଥିମଧ୍ୟରେ ଅନୁଗୋଳରେ ଜିନ୍ଦଲ ଷ୍ଟିଲ ଓ ପାଓ୍ୱାର ଲିମିଟେଡର ସମ୍ପ୍ରସାରଣ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ କ୍ଷମତା ବାର୍ଷିକ 6 ନିୟୁତ ଟନରୁ 18.6 ନିୟୁତ ଟନକୁ ସମ୍ପ୍ରସାରଣ କରାଯିବ । ଏଥିପାଇଁ 76 ହଜାର 018 କୋଟି ଟଙ୍କା ନିବେଶ କରାଯିବ । ଯେଉଁଥିରେ 24,350 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପାରିବ । ସେହିପରି ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲର ଇସ୍ପାତ ଉପୃଦନ କ୍ଷମତା ବାର୍ଷିକ 1.1 ନିୟୁତ ଟନରୁ 3.2 ନିଟୁତ ଟନକୁ ବୃଦ୍ଧି କରିବା ପାଇଁ 6, 840 କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପ ଯାଜପୁରର କଳିଙ୍ଗନଗରରେ ପ୍ରତିଷ୍ଠା କରାଯିବା ସହ 2236 ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏସାର ମିନିମେଟ ଲିମିଟେଡର 14 ଏମଟିପିଏ ବେନିଫିକେସନ ପ୍ଲାଣ୍ଟ, 14 ଏମଟିପିଏ ପେଲେଟ ପ୍ଲାଣ୍ଟ ଓ 14 ଏମଟିପିଏ ସ୍ଲରି ପାଇପଲାଇନ ପ୍ରତିଷ୍ଠା କରାଯିବ । ଏଥିରେ 6650 କୋଟି ଟଙ୍କା ବିନିଯୋଗ ହେବା ସହ 1468 ଜଣଙ୍କୁ ନିଯୁକ୍ତି ମିଳିବ । ଏହା କେନ୍ଦୁଝର ଓ ପାରାଦ୍ୱୀପରେ ପ୍ରତିଷ୍ଠା ହେବ । କେନ୍ଦୁଝରରେ ଥିବା ଆର୍ସେଲର ମିତ୍ତଲ ନିପ୍ସନ ଷ୍ଟିଲ ଇଣ୍ଡିଆ ଲିମିଟେଡର ବେନିଫିକେସନ୍ ପ୍ଲାଣ୍ଟର କ୍ଷମତା 10.76 ଏମଟିପିଏରୁ 16.76 ଏମଟିପିଏକୁ ବୃଦ୍ଧି ସହିତ ପାରାଦ୍ୱୀପରେ ଥିବା ପେଲେଟ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ 6 ନିୟୁତ ଟନରୁ 12 ନିୟୁତ ଟନକୁ ପବୃଦ୍ଧି କରିବା ପ୍ରସ୍ତାବ ଏହି ବୈଠକରେ ଅନୁମୋଦନ ପାଇଛି । ଏହି ପ୍ରକଳ୍ପ ପାଇଁ 2ହଜାର କୋଟି ଟଙ୍କା ବିନିଯୋଗ ହେବା ସହ 655 ଜଣଙ୍କୁ ନିଯୁକ୍ତି ଦିଆଯିବ । ସମ୍ବଲପୁରର ପାଣ୍ଡଲୋଇଠାରେ ଥିବା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ସମ୍ପ୍ରସାରଣ ହେବ । ଏହାର ବାର୍ଷିକ ଉତ୍ପାଦନ କ୍ଷମତା 0.77 ଏମଟିପିଏରୁ 2.373 ଏମଟିପିଏକୁ ବୃଦ୍ଧି କରାଯିବ । ଏଥିରେ 1205 କୋଟି ଟଙ୍କା ବିନିଯୋଗ ହେବା ସହ 3270 ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସମସ୍ତ ପ୍ରକଳ୍ପ ଓଡିଶାର ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡିଶାରେ ରହିଛି । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଅନେକ ପ୍ରସ୍ତାବ ଆସୁଥିବାରୁ ଓଡିଶାର ଶିଳ୍ପ ଅର୍ଥନୀତିର ଖୁବଶୀଘ୍ର ପୁନରୁଦ୍ଧାର ହୋଇ ପାରିବ ବୋଲି ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥୀମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇଡକୋ ଅଧକ୍ଷ୍ୟ ଓ 5ଟି ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+