ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ/ ପରାମର୍ଶଦାତା ନିଯୁକ୍ତ, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ପାଇଁ ଦାୟୀତ୍ୱ ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଥିବା ବେଳେ ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗ ପାଇଁ ଦାୟୀତ୍ୱ ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଥିବା ବେଳେ ମିନତି ବେହେରାଙ୍କୁ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଲେନିନ ମାହାନ୍ତିଙ୍କୁ ଓଡ଼ିଶା ପର୍ଯ୍ଯଟନ ଉନ୍ନୟନ ନିଗମ (ଓଟିଡିସି ) ଅଧ୍ୟକ୍ଷ ଦାୟିତ୍ବ ମିଳିଛି । କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ କରାଯାଇଛି ।

ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟ ପ୍ଲାନିଂ ବୋର୍ଡର ମେମ୍ବର ଭାବେ ନିଯୁକ୍ତି ମିଳିଛି । ପ୍ରଦୀପ ମାଝୀଙ୍କୁ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପଦେଷ୍ଟା ଭାବେ ଦାୟୀତ୍ୱ ଦିଆଯାଇଛି । ସେହିଭଳି କସ୍ତୁରୀ ମହାପାତ୍ରଙ୍କୁ ଉତ୍କଳ ପ୍ରସଙ୍ଗ ଓଡିଶା ରିଭ୍ୟୁର ସଂପାଦକ ଦାୟିତ୍ୱ ମିଳିଛି । ସେହିଭଳି ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ଅନୁଭବ ପଟ୍ଟନାୟକଙ୍କୁ ପ୍ରଜ୍ୟୁକ୍ତି ବିଦ୍ୟା କ୍ଷେତ୍ରରେ ଉପଦେଷ୍ଟା । ସୁଧୀର ଦାଶଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା, ନିବେଦିତା ନାୟକଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ମିଶନ ଶକ୍ତି ଯୋଜନାର ପରାମର୍ଶଦାତା, ଗୀତା ବସ୍ତିଆଙ୍କୁ ମଧ୍ୟ ମିଶନ ଶକ୍ତି ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ସରୋଜିନି ହେମ୍ବ୍ରମଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିକାଶର ଉପଦେଷ୍ଟା ଓ ସୁମିତ୍ରା ଜେନାଙ୍କୁ ମହିଳା ଓ ବାଳ ବିକାଶ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।
ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ରଘୁନାଥ ନାଇଡୁ ଓ ତୁମ୍ବନାଥ ପଣ୍ଡା ହୋଇଛନ୍ତି । ସାରଦା ଜେନାଙ୍କୁ ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଦାୟିତ୍ବ ମିଳିଥିବା ବେଳେ ଜିତେନ୍ଦ୍ର ମହାନ୍ତିଙ୍କୁ ମୟୁରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ଦାୟିତ୍ବ ମିଳିଛି ।












Click it and Unblock the Notifications