ଶିକ୍ଷିତ ଯୁବକଙ୍କ ପାଇଁ ଆଜି ଭୁବନେଶ୍ୱର ଠାରେ ୧୨ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମର ଶଭୁାରମ୍ଭ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ପାଓ୍ୱାର ଟିଲର୍, ପମ୍ପ, ଧାନକଟା ଯନ୍ତ୍ର ଏବଂ ଯନ୍ତ୍ରଚାଳିତ ଓ୍ୱିଡର ଯନ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟର ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ପାଇଁ ଆଜି ଭୁବନେଶ୍ୱର ଠାରେ ୧୨ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମର ଶଭୁାରମ୍ଭ ହୋଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ୫ଟି ବ୍ୟାଚ୍ରେ ୧୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ।

agro industry

ଏଥି ସହିତ ଆଜି ଓଡ଼ିଶା କୃଷି ଶିଳ୍ପ ନିଗମର ନୂତନ ୱେବସାଇଟ ଉଦ୍ଘାଟିତ ହୋଇଛି । ରାଜ୍ୟ କୃଷି ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଡକ୍ଟର ସାହୁ କହିଛନ୍ତି ଯେ, ଓଡ଼ିଶା ମାଣ୍ଡିଆ ସମେତ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରୋତ୍ସାହନ କ୍ଷେତ୍ରରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି । ତେବେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚି ପାରିବ ।

Arun Sahoo

ମନ୍ତ୍ରୀ ଡ. ସାହୁ କହିଲେ ଯେ ବର୍ତ୍ତମାନ କୃଷି କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ରହିଛିା ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ଶିକ୍ଷିତ ଯୁବକଯୁବତୀ ନିଜ ଅଞ୍ଚଳରେ ଅର୍ଥ ଉପାର୍ଜନ ସହ ସମ୍ମାନର ସହ ଜୀବନ ଜିଇଁ ପାରିବେ ବୋଲି କହିଥିଲେ । ବର୍ତ୍ତମାନ ସମୟରେ କୃଷି ଯନ୍ତ୍ରପାତିର ଚାହିଦା ବୃଦ୍ଧି ପାଇଥିବାବେଳେ ଏହା ଉପରେ ଅଧିକ ଜ୍ଞାନ ଆହରଣ ଯୁବବର୍ଗଙ୍କ ଆତ୍ମନିର୍ଭରଶୀଳ କରାଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି ଏବଂ କୃଷି ଯନ୍ତ୍ରପାତି କ୍ଷେତ୍ରରେ ଅଧିକ ତାଲିମ କାର୍ଯ୍ୟକ୍ରମ ସହ ଶିକ୍ଷିତ ତାଲିମପ୍ରାପ୍ତ ମାନବ ସମ୍ବଳର ଏକ ଡାଟାବେ ସ୍ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେ ଇଥିଲୋ ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର ତାଲିମ ନେବାକୁ ଆସିଥିବା ଯୁବକମାନଙ୍କୁ ଉଦ୍ବୋଧନ ଦେଇ ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଯେ କୌଣସି କଠିନ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ବୋଲି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+