ନୂଆ ୪ ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ ସେବା କର୍ମଚାରୀ: ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ୫- ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି ।
ଭୁବନେଶ୍ବର: ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ୫- ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି । UDAN ଯୋଜନା ଅଧୀନରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏହି ବିମାନବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡା, ଉତକେଲା, ରାଉରକେଲା ଏବଂ ଜୟପୁର ।

ଏହି ୫୦ଟି ପଦବୀ ପାଇଁ ଯୋଗ୍ୟ ବିବେଚିତ ୯ ଜଣ ଲେଖାଏଁ ବ୍ୟକ୍ତି ଉତକେଲା ଏବଂ ଜୟପୁରରେ ଏବଂ ୧୬ ଜଣ ଲେଖାଏଁ ଝାରସୁଗୁଡ଼ା ଏବଂ ରାଉରକେଲାରେ ନିୟୋଜିତ ହେବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ତିନୋଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ପ୍ରିମିୟର ମେଡିକାଲ କଲେଜ କଟକ, ବ୍ରହ୍ମପୁର ଏବଂ ବୁର୍ଲାରେ କାର୍ଯ୍ୟକ୍ଷମ ହୋଇଛି । ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଆଉ ଦୁଇଟି ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି । ଏହି ଷ୍ଟେସନଗୁଡିକ ଅନ୍ୟାନ୍ୟ ଫାୟାର ଷ୍ଟେସନରେ କର୍ମଚାରୀଙ୍କ ଦ୍ୱାରା ଚାଲୁଥିଲା । ଗତ ଡିସେମ୍ବର ମାସରେ ରାଉରକେଲା ବିମାନବନ୍ଦରରେ ୧୬ ଜଣ ଅଗ୍ନିଶମ ସେବା କର୍ମଚାରୀ ନିୟୋଜିତ ହୋଇଛନ୍ତି।












Click it and Unblock the Notifications