ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ ଇଂରାଜୀ ଶିକ୍ଷା
ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ଦିଆଯିବ ଇଂରାଜୀ ଶିକ୍ଷା
ଭୁବନେଶ୍ୱର : ପ୍ରଥମ ଶ୍ରେଣୀରୁ ଓଡ଼ିଶାର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦିଆଯିବ ଇଂରାଜୀ ଶିକ୍ଷା । ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ନୂତନ ବ୍ୟବସ୍ଥା 30 ଜିଲ୍ଲାର 101 ଟି ସ୍କୁଲରେ ପ୍ରଚଳନ ହେବ । ରାଜ୍ୟରେ ଚିହ୍ନଟ ସରକାରୀ ସ୍କୁଲ୍ ଅଫ ଏକ୍ସିଲେନ୍ସରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏଠାରେ କହି ରଖୁକି, ରାଜ୍ୟ ସରକାର ଗତ 2020ରେ ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସ୍ପୋକେନ୍ ଇଂରାଜୀ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । 30 ଟି ଜିଲ୍ଲାର 101 ଟି ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂରାଜୀ କ୍ଲାସ୍ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ଭିତ୍ତିଭୂମି ବିକାଶ ପାଇଁ ଏହି ବିଦ୍ୟାଳୟଗୁଡ଼ିକୁ ପ୍ରତ୍ୟେକଙ୍କୁ 25 ଲକ୍ଷ ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ପରବର୍ତ୍ତି ସମୟରେ କୋଭିଡ୍ ମହାମାରୀ ଯୋଗୁ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଥିଲା । ଚଳିତ ବର୍ଷ କୋଭିଡ୍ ମହାମାରୀ ନିୟନ୍ତ୍ରଣାଧିନ ରହିଥିବା ବେଳେ ଧିରେ ଧିରେ ସ୍ଥିତି ସ୍ୱଭାବିକ ହେଉଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖି ଧିରେ ଧିରେ ସ୍କୁଲ୍ ଓ କଲେଜ୍ ଖୋଲିବା ଆରମ୍ଭ କରିଛନ୍ତି ।












Click it and Unblock the Notifications